ଉଚ୍ଚଶିକ୍ଷା ଗବେଷଣାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟ: ଆଇଆଇଟି ଖଡ଼ଗପୁର-ଓଡ଼ିଶା ବୁଝାମଣା

Advertisment
ଉଚ୍ଚଶିକ୍ଷା ଗବେଷଣାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟ: ଆଇଆଇଟି ଖଡ଼ଗପୁର-ଓଡ଼ିଶା ବୁଝାମଣା

The Economic Times

ଭୁବନେଶ୍ୱର: ଉଚ୍ଚଶିକ୍ଷା, ଗବେଷଣା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ଦିଗରେ ଆଇଆଇଟି ଖଡ଼ଗପୁର ଓ କାର୍ଡ ଓଡ଼ିଶା ମିଳିତ ଭାବେ କାମ କରିବେ। ସେଣ୍ଟର୍‌ ଫର୍‌ ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭଲପ‌ମେଣ୍ଟ, ଓଡ଼ିଶା ଓ ଆଇଆଇଟି ଖଡ଼ଗପୁର ମଧ୍ୟରେ ଏନେଇ ୫ବର୍ଷିଆ ଏକ ବୁଝାମଣାପତ୍ର ଗତ ରବିବାର ଅନଲାଇନ୍‌ରେ ସ୍ବାକ୍ଷରିତ ହୋଇଯାଇଛି।

ଜୁମ୍‌ ଆପ୍‌ ଯୋ‌େଗ‌ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଡ଼ଗପୁର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ବୀରେନ୍ଦ୍ର ତିୱାରୀ ସଭାପତିତ୍ୱ କରିଥିଲେ। କାର୍ଡର ନିର୍ଦ୍ଦେଶକ ଡ. ବିକ୍ରମ କେଶରୀ ଜେନାଙ୍କ ପୌରୋହିତ୍ୟ କରିଥିଲେ। ବିକ୍ରମଶିଳା ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଫେସର୍‌ ସୁଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ସଞ୍ଜୟ ନାୟକ, ଏନ୍‌ଆର୍‌ଟିଆଇ ଗୁଜରାଟରୁ ବରିଷ୍ଠ ଐତିହାସିକ ପ୍ରଫେସର୍‌ ଚଣ୍ଡୀ ପ୍ରସାଦ ନନ୍ଦ, ଭୁବନେଶ୍ୱର ନାଇଜର୍‌ର ନିର୍ଦ୍ଦେଶକ ପ୍ରଫେସର୍‌ ଏସ୍‌. ପଣ୍ଡା, ସମ୍ବଲପୁର ଆଇଆଇଏମ୍‌ର ନିର୍ଦ୍ଦେଶକ ପ୍ରଫେସର୍‌ ମହାଦେଓ ଜୟସ୍ୱାଲ, ଡ. ଦମୟନ୍ତୀ ବେଶ୍ରା, ଏନ୍‌ୟୁଜେଏସ୍‌ କୋଲକାତାରୁ ପ୍ରଫେସର୍‌ ଶ୍ରୀନିବାସ ଏନ୍‌.ଏସ୍‌, ଓଡ଼ିଶା ଲୋକସେବା ଆୟୋଗର ସଚିବ ଅଶୋକ ଦାଶ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ଶରତ ପାଲିତ, ସେଣ୍ଟ ପିଟର୍ସବର୍ଗ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଶ୍ୱେତଲିନା ବୋଦର୍ନୋଭ, ଓଡ଼ିଶାର ପୂର୍ବ ସୂଚନା କମିସନର୍‌ ଶଶିପ୍ରଭା ବିନ୍ଧାଣି, କାନାଡ଼ା ବିଶ୍ୱବିଦ୍ୟାଳୟରୁ ପ୍ରଫେସର୍‌ ବବ୍‌ ସିଲଚର୍‌, ଆଇଆଇଟି ଖଡ଼ଗପୁରର ଉପନିର୍ଦ୍ଦେଶକ ପ୍ରଫେସର୍‌ ଅମିତ ପାତ୍ର, ଜାମିଆମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରୁ ପ୍ରଫେସର୍‌ ବିଶ୍ୱଜିତ ଦାସ, ଆଇଆଇଟି ଖଡ଼ଗପୁରର ଡିନ୍‌ ପ୍ରଫେସର୍‌ ଜୟନ୍ତ ମୁଖୋପାଧ୍ୟାୟ‌, ପ୍ରଫେସର୍‌ ରିନ୍ତୁ ବାନାର୍ଜୀ, ଚିକାଗୋ ବିଶ୍ୱବିଦ୍ୟାଳୟରୁ ପ୍ରଫେସର୍‌ ଶୁଚିସ୍ମିତା ପଣ୍ଡା, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡ. ନୁପୂର ପଟ୍ଟନାୟକ, ଡ. ପ୍ରୀତିଶ୍ରୀ ରଞ୍ଜନ ଓ ପ୍ରଫେସର ଶ୍ରବଣ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବୁଝାମଣାକୁ ସ୍ୱାଗତ କରିଥିଲେ। ଏହାସହ ଉଭୟ ଅନୁଷ୍ଠାନକୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଓ ଆନୁଷ୍ଠାନିକ ସହଯୋଗ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

କାର୍ଯ୍ୟକ୍ରମରେ କାର୍ଡର କାର୍ଯ୍ୟନିର୍ବାହୀ ନିର୍ଦେଶକ ରୁଦ୍ରନାରାୟଣ ଦାଶ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଡର ସମସ୍ତ ଉପଦେଷ୍ଟା, ସଦସ୍ୟ ଓ ଆଇଆଇଟି ଖଡ଼ଗପୁରର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଡ. ଶ୍ରବଣ ବାଗ ଧନ୍ୟବାଦ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଏହି ଚୁକ୍ତି ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷା ଓ ସାମାଜିକ ଜୀବନର ବିକାଶ ପାଇଁ ସହାୟକ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe