ଗୋପାଳପୁର-ଦୀଘା ଉପକୂଳ ରାଜପଥ ତୁରନ୍ତ ଆରମ୍ଭ ହେଉ, ଦାବି କଲା ଓଡ଼ିଶା ନାଗରିକ ସମାଜ

ଗୋପାଳପୁର-ଦୀଘା ଉପକୂଳ ରାଜପଥ ତୁରନ୍ତ ଆରମ୍ଭ ହେଉ, ଦାବି କଲା ଓଡ଼ିଶା ନାଗରିକ ସମାଜ

ଭୁବନେଶ୍ବର: ଗୋପାଳପୁର-ଦୀଘା ଉପକୂଳ ଜାତୀୟ ରାଜପଥ କାର୍ଯ୍ୟ ଆରମ୍ଭ ପାଇଁ ୨୦୧୫ ମସିହାରୁ କେନ୍ଦ୍ର ସରକାର ୭୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମାତ୍ର ରାଜ୍ୟ ସରକାର‌ ଗୋପାଳପୁରଠାରୁ ସାତପଡ଼ା ପର୍ଯ୍ୟନ୍ତ ୯୫ କିମି ରାସ୍ତା ପାଇଁ ଅନୁମତି ଦେଇନାହାନ୍ତି। ଫଳରେ ଏହି ପ୍ରକଳ୍ପ ଅଧା ବାଟରେ ଅଟକି ରହିଛି। ତେଣୁ ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଦାବି କରିଛି ଓଡ଼ିଶା ନାଗରିକ ସମାଜ।

ଆଜି ହୋଟେଲ କେଶରୀରେ ଏଥିପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ବ୍ୟାପକ ଅଞ୍ଚଳ ଏହାଦ୍ବାରା ଉପକୃତ ହେବ। ପର୍ଯ୍ୟଟନର ବିକାଶ ସହିତ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ରାଜ୍ୟ ସମୃଦ୍ଧ ହୋଇପାରିବ। ସ୍ଥାନୀୟ ଲୋକଙ୍କ ଉନ୍ନତି ହେବା ସହିତ ବନ୍ୟା, ବାତ୍ୟାରୁ ଏହି ଅଞ୍ଚଳ ରକ୍ଷା ପାଇବ ବୋଲି ଆକଳନ କରାଯାଇଛି। ପ୍ରାଥମିକ ଅକଳନରୁ ୪୮୧ କିମି ରାସ୍ତା ମଧ୍ୟରୁ ୧୨୮ କିମି ରାସ୍ତା ବର୍ତମାନ ରହିଛି। ମୁମ୍ବାଇ ପରେ ଏଭଳି ଉପକୂଳ ରାଜପଥ କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ଓଡ଼ିଶାରେ ଏହା ଅଟକି ରହିଛି। ତେଣୁ ଏହି ପ୍ରକଳ୍ପକୁ ତୁରନ୍ତ ଆରମ୍ଭ କରା ନ ଗଲେ ଓଡ଼ିଶା ନାଗରିକ ସମାଜ ପରବର୍ତୀ କାର୍ଯ୍ୟପନ୍ଥା ଅବଲମ୍ବନ କରିବ ବୋଲି ଚେତାବନୀ ଦିଆଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଲଳିତ ମୋହନ ପଟ୍ଟନାୟକ, ରମେଶ ମହାନ୍ତି, ମନୋଜ ଜେନା, ବାସୁଦେବ ଭଟ୍ଟ, ବିରେନ୍ଦ୍ର ଦାସ, ଶ୍ରୀନିବାସ ମହାନ୍ତି, ଲିଲି ଜେନାମଣି, ସତ୍ୟବ୍ରତ ଜେନା, ରିନା ରାଉତରାୟ, ସବିତା ରାଣୀ ମିଶ୍ର, ଜ୍ୟୋତ୍ସ୍ନା ଦାସ ଓ ଅପର୍ଣ୍ଣା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe