କେତେ ସରକାରୀ କର୍ମଚାରୀ ଅବସର ନେଲେଣି ସରକାରଙ୍କ ପାଖରେ ତଥ୍ୟ ନାହିଁ

Advertisment
କେତେ ସରକାରୀ କର୍ମଚାରୀ ଅବସର ନେଲେଣି ସରକାରଙ୍କ ପାଖରେ ତଥ୍ୟ ନାହିଁ

kalinga tv

ଭୁବନେଶ୍ବର : ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ କେତେ ଜଣ ସରକାରୀ କର୍ମଚାରୀ ଚାକିରିରୁ ଅବସର ନେଲେଣି ରାଜ୍ୟ ସରକାରଙ୍କ ପାଖରେ ତା’ର ତଥ୍ୟ ନାହିଁ। ଅବସର ଗ୍ରହଣ କରୁଥିବା ଲୋକଙ୍କ ତଥ୍ୟ ଦେଇନପାରି ବିଭାଗୀୟ ଅଧିକାରୀମାନେ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ଅପଦସ୍ତ କରିଛନ୍ତି।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନ: ୨୦୧୦ରୁ ଏପର୍ଯ୍ୟନ୍ତ ମୋଟ୍‌ କେତେ ସରକାରୀ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି ଓ ‌ସେମାନଙ୍କ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସଂଖ୍ୟା କେତେ; ଅବସର ଯୋଗୁଁ ଖାଲି ପଡ଼ିଥିବା ତୃତୀୟ ଓ ଚତୁର୍ଥ ଶ୍ରେଣୀର ପଦରେ କେତେ ଜଣଙ୍କୁ ନିୟମିତ ନିଯୁକ୍ତି ଦିଆଯାଇଛି କିମ୍ବା ଖାଲି ପଡ଼ିଥିବା ପଦଗୁଡ଼ିକ ଉଚ୍ଛେଦ କରାଯାଇଛି।

ଏହାର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ତଥ୍ୟ ସଂଗ୍ରହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe