ସ୍ବତନ୍ତ୍ର ନିଯୁକ୍ତି ଡ୍ରାଇଭ ପାଇଁ ଫି’ ଆଦାୟ କରି ସରକାର ଭୁଲିଗଲେ

Advertisment

ହାଇକୋର୍ଟ ଶୁଣାଣିରେ ପୂର୍ଣ୍ଣଚ୍ଛେଦ; ନିର୍ଦ୍ଦେଶ ଦେବାକୁ ମନା କଲେ

ହାଇକୋର୍ଟ ଶୁଣାଣିରେ ପୂର୍ଣ୍ଣଚ୍ଛେଦ; ନିର୍ଦ୍ଦେଶ ଦେବାକୁ ମନା କଲେ

୧୦ ଜିଲ୍ଲାରେ ଖୋଲିଲା ଭର୍ଚୁଆଲ୍ ହାଇକୋର୍ଟ

ThePrint

କଟକ: ୨୦୧୪ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ସ୍ବତନ୍ତ୍ର ନିଯୁକ୍ତି ଅଭିଯାନ (ସ୍ପେଶାଲ ରିକ୍ରୁଟମେଣ୍ଟ ଡ୍ରାଇଭ) ପାଇଁ ପ୍ରାର୍ଥୀଙ୍କ ନିକଟରୁ ଆଦାୟ କରାଯାଇଥିବା ଦରଖାସ୍ତ ଫି’ ଫେରସ୍ତ ପ୍ରସଂଗକୁ ନେଇ ଦାୟର ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏପରି ନିଯୁକ୍ତି ଅଭିଯାନର ୭ ବର୍ଷ ପରେ ଆବେଦନ ଫି ’ ଫେରାଇବାକୁ ପ୍ରାର୍ଥୀଙ୍କୁ ଠାବ କରିବା ରାଜ୍ୟ ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ। ଏହି ପ୍ରସଂଗରେ କୌଣସି ନିର୍ଦ୍ଦେଶ ଦେବାକୁ ହାଇକୋର୍ଟ ମନାକରିବା ସହିତ ଶୁଣାଣି‌ରେ ଅନ୍ତ ଘଟାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଟି.ଆର.ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଇଂଜନିୟରିଂ, ଏମ୍‌ବିଏ, ଏମ୍‌ସିଏ ଓ ଫାର୍ମାସିଷ୍ଟ ଡିଗ୍ରିଧାରୀ ଯୁବକ ଯୁବତୀଙ୍କ ପାଇଁ ୨୦୧୪ରେ ଏକ ସ୍ବତନ୍ତ୍ର ନିଯୁକ୍ତି ଅଭିଯାନ ନେଇ ନିଯୁକ୍ତି, ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୪, ସେପ୍ଟେମ୍ବର ୧୭ରୁ ୨୦ ମଧ୍ୟରେ ଏହି ନିଯୁକ୍ତି ଅଭିଯାନ ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଅଭିଯାନ ଦୀପାବଳି ପରେ ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ କରାଯାଇଥିଲା।

ସ୍ବତନ୍ତ୍ର ନିଯୁକ୍ତି ଅଭିଯାନରେ ଅଂଶଗ୍ରହଣ କରିବାକୁ ପ୍ରାର୍ଥୀମାନେ ଦରଖାସ୍ତ ଫି ବାବଦରେ ‌ଶହେ ଟଙ୍କା ଲେଖାଏ ଜମା କରିଥିଲେ। କିନ୍ତୁ, ୨୦୧୪ ଦୀପାବଳି ପରେ ଆଉ ଏହି ଅଭିଯାନ ଅନୁଷ୍ଠିତ ହୋଇ ନଥିଲା। ପ୍ରାର୍ଥୀମାନେ ପୂର୍ବରୁ ଦିଆଯାଇଥିବା ୱେବ୍‌ସାଇଟ୍‌କୁ ଯାଇ ଲଗ୍ ଇନ୍ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହି ୱେବ୍‌ସାଇଟ୍‌ ଆଉ କାମ କରୁ ନଥିଲା। ପରବର୍ତ୍ତୀ ସମୟରେ ଆଉ ଏହି ସ୍ବତନ୍ତ୍ର ନିଯୁକ୍ତି ଅଭି‌ଯାନ ଅନୁଷ୍ଠିତ ହୋଇ ନଥିଲା। ପ୍ରାର୍ଥୀମାନେ ଜମା କରିଥିବା ଫି’ ମଧ୍ୟ ଫେରସ୍ତ ଦିଆଯିବା ପାଇଁ ସରକାର କୌଣସି ପଦକ୍ଷେପ ନେଇ ନଥିଲେ। ପ୍ରାର୍ଥୀଙ୍କ ନିକଟରୁ ଆଦାୟ କରାଯାଇଥିବା ଫି’ ଫେରସ୍ତ ପ୍ରସଂଗକୁ ନେଇ ୨୦୧୫ରେ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe