୧୬ ଜିଲ୍ଲାରେ ଆର୍‌ଟିପିସିଆର୍ ପରୀକ୍ଷା ପାଇଁ ୨୦ କୋଟି ଦେଲେ ସରକାର

Advertisment
ପାର୍ବଣ ପାଇଁ ୫୦ ସ୍ଥାନରେ କରେନା ନମୁନା ସଂଗ୍ରହ

Deccan Chronicle

ଭୁବନେଶ୍ୱର: ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଆଜି ୧୬ଟି ଜିଲ୍ଲାରେ ଆର୍‌ଟିପିସିଆର୍ ପରୀକ୍ଷା ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସଂକ୍ରାନ୍ତ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ସରକାର ଏଥିରେ କହିଛନ୍ତି ଯେ କୋଭିଡ଼ ଲଢ଼େଇରେ ରୋଗୀର ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ। ଏହାକୁ ନଜରରେ ରଖି ସରକାର ଭଦ୍ରକ, ବୌଦ୍ଧ ,ଢେ଼ଙ୍କାନାଳ ଗଜପତି,ଖୋର୍ଦ୍ଧା ଜଗତସିଂହପୁର, ଯାଜପୁର କେନ୍ଦ୍ରାପଡା ,ନବରଙ୍ଗପୁର, ମାଲକାନଗିରି ,ନୂଆପଡା ସୋନପୁର ,କନ୍ଧମାଳ ସୁନ୍ଦରଗଡ ରାୟଗଡ଼ା ଓ ବରଗଡର ସଦର ମହକୁମାରେ ଗୋଟିଏ ଗୋଟିଏ ଆର୍‌ଟିିପିସିଆର୍ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏଶବୁ ପରୀକ୍ଷା କେନ୍ଦ୍ର ସବୁଦିନ ଲୋକଙ୍କୁ ସେବା ଯୋଗାଇଦେବ। ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ମାଇକ୍ରୋ ବାଇଓଲୋଜିଷ୍ଟ ଏବଂ ତିନି ଜଣ ଲାବ୍ ଟେକ୍ନିସିଆନ୍‌ଙ୍କୁ ନିଯୁକ୍ତି ଦେବା ଲାଗି ମଧ୍ୟ ନିର୍ଦେଶ ଦିଆଯାଇଛି। କରୋନା ସଂକ୍ରମଣ ରୋକିବା ଓ ତୁରନ୍ତ ଚିକିତ୍ସାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe