ସରକାରୀ ସୁରକ୍ଷା ବ୍ୟବସ୍ଥାକୁ ଭରସା ନାହିଁ, ଭୋଟ ୍‌ ବାକ୍ସ ଜଗିଛି ସିପିଆଇ

ଆଜିଠାରୁ ସାମିଲ ହେବେ ବିଜେପି, କଂଗ୍ରେସ 

ସରକାରୀ ସୁରକ୍ଷା ବ୍ୟବସ୍ଥାକୁ ଭରସା ନାହିଁ, ଭୋଟ ୍‌ ବାକ୍ସ ଜଗିଛି ସିପିଆଇ

ଇବ୍‌ଥର୍ମାଲ/ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ର ତିନି ଜୋନ୍‌ର ବାଲଟ୍‌ ବାକ୍ସକୁ  ଆଦର୍ଶ ବିଦ୍ୟାଳୟ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି। ବାଲଟ୍‌ ବକ୍ସର ସୁରକ୍ଷା ନେଇ ସନ୍ଦେହ ପ୍ରକାଶ କରିଛି ସିପିଆଇ। ବରିଷ୍ଠ ନେତା ରମେଶ ତ୍ରିପାଠୀ ସୋମବାର କର୍ମୀମାନଙ୍କ ସହ ବିଦ୍ୟାଳୟ ବାହାରେ ତମ୍ବୁମାରି ଜଗିବା ଆରମ୍ଭ କରିଛନ୍ତି। ସରକାରଙ୍କ କର୍ମଚାରୀଙ୍କ ଉପରେ ତାଙ୍କର ଭରସା ନଥିବା କହିଛନ୍ତି। ବାଧ୍ୟ ହୋଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଟେଣ୍ଟ୍‌ ପକାଇ ବକ୍ସ ଜଗୁଛି ବୋଲି କହିଛନ୍ତି।

ଭୋଟ୍ ବାକ୍ସ ରଖାଯାଇଥିବା ଲଖନପୁର ଆଦର୍ଶ ବିଦ୍ୟାଳୟ ନିଛାଟିଆ ସ୍ଥାନରେ ଥିବାରୁ  ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରିବା, ବିଦ୍ୟାଳୟ ଚାରିପଟେ ଆଲୋକିତ କରିବା ଏବଂ ଦୁର୍ବଳ ଥିବା ମୋବାଇଲ ନେଟୱର୍କକୁ ଠିକ କରିବା ଆଦି ଦାବିରେ ଶ୍ରୀ ତ୍ରିପାଠୀ, ଦଳର ଜୋନ୍-୨ ଜିଲ୍ଲା ପରିଷଦ ପ୍ରାର୍ଥୀ ଯୋଗେନ୍ଦ୍ର ମାଝି ଓ ଜୋନ୍-୩ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁଚିତ୍ରା ଦୀପ ସୋମବାର ଅପରାହ୍ନରେ ଜିଲ୍ଲାପାଳ ସରୋଜ ସାମଲ ଓ ଏସପି ବିକାଶ ଦାଶଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଅନ୍ୟ ପକ୍ଷରେ ବ୍ଲକର ମତଦାତାଙ୍କ ମତଦାନପତ୍ରଗୁଡ଼ିକ ଯେପରି ଭୋଟ୍ ବାକ୍ସଗୁଡ଼ିକରେ ସୁରକ୍ଷିତ ରହିବ ତା’ ଉପରେ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି। ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ଏବଂ ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବଢ଼େଇ, ଜୋନ୍-୨ର ଦଳୀୟ ପ୍ରାର୍ଥୀ ବେଣୁଧର ଭୋଇ, ମହେଦ୍ର ପଧାନ ଓ ପୁରୁଷୋତ୍ତମ ଜୟସ୍ୱାଲ ପ୍ରମୁଖ ସୋମବାର ବିଦ୍ୟାଳୟର ଷ୍ଟ୍ରଙ୍ଗ ରୁମ ସୁରକ୍ଷା ବ୍ୟବସ୍ଥାକୁ ନିରୀକ୍ଷଣ କରିଛନ୍ତି ଏବଂ ପ୍ରଶାସନ ପକ୍ଷରୁ ଏଠି କରାଯାଇଥିବା ଢିଲା ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି।

ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ବ୍ଲକର ଉଭୟ ଜୋନ୍-୧ ଓ ଜୋନ୍-୨ରେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ବିଜୟ ନେଇ ବିଜେପି ଦୃଢ଼ ଆଶାବାଦୀ ରହିଛି। ଜୋନ୍-୧ର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ବିଜୟ ନେଇ କଂଗ୍ରେସ ମଧ୍ୟ ଦୃଢ଼ ଆଶାବାଦୀ ରହିଛି। ମଙ୍ଗଳବାରଠାରୁ ବିଜେପି ଓ କଂଗ୍ରେସ ମଧ୍ୟ ସିପିଆଇ ସହ ସାମିଲ ହୋଇ ଲଖନପୁର ଆଦର୍ଶ ବିଦ୍ୟାଳୟରେ ଥିବା ଭୋଟ୍ ବାକ୍ସଗୁଡ଼ିକୁ ଜଗିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe