ଓମ୍ବାଡସିରୁ ୭୭୫୫ କୋଟି ଋଣ ନେଇଛନ୍ତି ସରକାର

ଓମ୍ବାଡ୍‌ସି ନିର୍ଦେଶକ ପରିଷଦ ବୈଠକ: ୧୭୫୨ କୋଟି ଟଙ୍କାର ୬ଟି ନୂଆ ପ୍ରକଳ୍ପ ମଞ୍ଜୁର

Interview Times

ଭୁବନେଶ୍ବର : ଗତ ୨ବର୍ଷ ଭିତରେ ରାଜ୍ୟ ସରକାର ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ବା ଓମ୍ବାଡସି ପାଣ୍ଠିରୁ ୭୭୫୫ କୋଟି ଟଙ୍କାର ଋଣ ନେଇଛନ୍ତି। ତହିଁରୁ ୭୦୩୦ କୋଟି ଟଙ୍କା ରାଜ୍ୟ ସରକାର ଋଣ ସୁଝିଥିବା ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଢୋଲକିଆ କହିଛନ୍ତି ଯେ ଏହି ସମୟରେ ରାଜ୍ୟ ସରକାର ୨୬୩.୨୫ କୋଟି ଟଙ୍କାର ସୁଧ ମଧ୍ୟ ଦେଇଛନ୍ତି। ଓମ୍ବାଡସିରୁ ମିଳିଥିବା ସୂଚନା ଅନୁସାରେ, ଅର୍ଥ ବିଭାଗର ଅଧିସୂଚନା ଅନୁଯାୟୀ ବଳକା ଅର୍ଥକୁ ରାଜ୍ୟ ସରକାରଙ୍କୁ ଋଣ ପ୍ରଦାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe