ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ: ମାଲଖାନାରେ ଥିବା ୧୭୦ ଟନ୍ ଗଞ୍ଜେଇ, ୬୨କିଲୋ ବ୍ରାଉନସୁଗର ନଷ୍ଟ କରାଯାଇଛି 

ପୁଣି ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ବିବାଦ: ହାଇକୋର୍ଟ ରାୟକୁ ସରକାରଙ୍କ ଚାଲେଞ୍ଜ

Live Law

କଟକ : ଅଦାଲତ ଓ ତଦନ୍ତକାରୀ ଏଜେନ୍ସି ଗୁଡିକର ମାଲଖାନାରେ ପଡ଼ି ରହିବା ଜବତ ଡ୍ରଗ୍ସ ପ୍ରସଂଗରେ ତ୍ବରିତ ପଦକ୍ଷେପ ଗ୍ରହଣ ଉପରେ ହାଇକୋର୍ଟ ଗୁରୁତ୍ବ‌ାରୋପ କରିଛନ୍ତି। ଏଥି ସହିତ ଜବତ ଡ୍ରଗ୍ସ ନଷ୍ଟ ପ୍ରସଂଗରେ ରାଜ୍ୟ ସରକାର ବିଶେଷ କରି କ୍ରାଇମବ୍ରାଞ୍ଚ ଏସଟିଏଫ୍ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନେଇ ହାଇକୋର୍ଟ ସନ୍ତୋଷବ୍ୟକ୍ତ କରିଛନ୍ତି।

ସୋମବାର ଦିନ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ‌େଗୗରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଏନଡିପିଏସ ଆଇନ ଅନୁସାରେ ଜବତ ହୋଇ ଅଦାଲତ ଓ ଥାନା ମାଲଖାନା ଗୁଡିକରେ ଥିବା ନିଶାଦ୍ରବ୍ୟ ଗୁଡିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ନଷ୍ଟ କରାଯାଉଛି। ଇତିମଧ୍ୟରେ ୧୭୦ ଟନ୍ ଜବତ ଗଞ୍ଜେଇ ନଷ୍ଟ କରାଯାଇଛି। ସେହିଭଳି ଭାବେ ୬୨ କିଲୋ ବ୍ରାଉନସୁଗାର ମଧ୍ୟ ନଷ୍ଟ କରାଯାଇଛି। ଆଉ ୪୦୬ କୁଇଣ୍ଟାଲ ୩୩ କିଲୋ ଗଞ୍ଜେଇ ନଷ୍ଟ ପାଇଁ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରସଂଗରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସାନି ସ୍ଥିତି ନେଇ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩, ଜୁଲାଇ ୨୦କୁ  ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସରକାରଙ୍କ ପକ୍ଷରୁ ଏଜିଏ ଜନ୍ମେଜୟ କଟକିଆ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe