ଭୁବନେଶ୍ୱର: ଓଡ଼ିଆ ଭାଷା ଭାରତର ଅନ୍ୟତମ ପୁରାତନ ଭାଷା। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ହାତୀଗୁମ୍ଫା ଶିଳାଲିପି, ତୃତୀୟ ଶତାବ୍ଦୀର ଧଉଳି ଓ ଜଉଗଡ଼ର ପ୍ରାଚୀନ ଅଭିଲେଖ, ତାମ୍ରଫଳକ ଓ ତାଳପତ୍ର ପୋଥିରୁ ଆମ ଓଡ଼ିଆ ଭାଷା କେତେ ପ୍ରାଚୀନ ତାହା ପ୍ରମାଣିତ ହୋଇଛି। ଏହାର ବିକାଶ ଦାୟିତ୍ୱ ଆମର। ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ‘ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-୨୦୨୫’ର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
Indigo Flight Disruption : ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ସରକାର
ମୁଖ୍ୟମନ୍ତ୍ରୀ କହିଥିଲେ, ପୁସ୍ତକ ସଂଗ୍ରହ ଓ ପଠନ ପ୍ରତି ତାଙ୍କର ବିଶେଷ ରୁଚି ରହିଛି। ଏ ପର୍ଯ୍ୟନ୍ତ ପ୍ରାୟ ୫ରୁ ୬ ହଜାର ପର୍ଯ୍ୟନ୍ତ ପୁସ୍ତକ ସଂଗ୍ରହ କରି ପୁସ୍ତକାଗାରରେ ରଖିଛନ୍ତି ଏବଂ ସମୟ ପାଇଲେ ପଢ଼ୁଛନ୍ତି। ମାତ୍ର ଆଜିଠାରୁ ସେ ପୁସ୍ତକକୁ ଉପହାରସ୍ୱରୂପ ସମସ୍ତଙ୍କୁ ପ୍ରଦାନ କରିବେ। ଅନ୍ୟମାନେ ମଧ୍ୟ ପୁସ୍ତକ କିଣି ଏହାକୁ ଉପହାର ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ଆମେ ପୁସ୍ତକକୁ ଭଗବାନ ସଦୃଶ ବିବେଚନା କରି ପୂଜା କରିଥାଉ। ପୁସ୍ତକ ଆମ ଚେତନାକୁ ସବୁବେଳେ ପ୍ରଭାବିତ କରିଛି। ସେ ପିଲାମାନଙ୍କୁ ମୋବାଇଲ ବ୍ୟବହାର କମ୍ କରି ପୁସ୍ତକ ପଠନ କରିବା ପାଇଁ ଉତ୍ସାହିତ କରିଥିଲେ। ବିଧାୟକ ବାବୁ ସିଂ କହିଥିଲେ, ପୂର୍ବରୁ ଏହାକୁ ପୁସ୍ତକ ମେଳା କୁହାଯାଉଥିଲା।
ପୁସ୍ତକଟିଏ କିଣି ଉପହାର ଦିଅ: ମୁଖ୍ୟମନ୍ତ୍ରୀ
ଭାଲେଣ୍ଟାଇନ୍ ଡେ’କୁ ବୁକ୍ ଡେ’ ଭାବେ ପାଳନ୍ତୁ ଯୁବପିଢ଼ି: ପ୍ରତିଭା ରାୟ
ଏବେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଏହା ଏକ ମହୋତ୍ସବରେ ପରିଣତ ହୋଇଛି। ଯୁବଶକ୍ତିଙ୍କୁ ପୁସ୍ତକ ସହ ଯୋଡ଼ି ରଖିବା ପାଇଁ ଏହା ଏକ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ। ସାରସ୍ୱତ ସାଧିକା ଔପନ୍ୟାସିକା ପ୍ରତିଭା ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ, ମାନବ ଜାତିର ଇତିହାସରେ ଦୁଇଟି ବିସ୍ମୟକର ଘଟଣା ହେଉଛି ‘ଅଗ୍ନି’ ଏବଂ ‘ଭାଷା’। ‘ଭାଷା’ ମଣିଷ ଦ୍ୱାରା ଉଦ୍ଭାବିତ। ମଣିଷ ନିଜର ବିବେକ, ଚେତନା ଓ ଜ୍ଞାନ ଦ୍ୱାରା ଏହାକୁ ଉଦ୍ଭାବନ କରିଛି। ଆମ ସଂସ୍କୃତି ହେଉଛି ପୋଥିଗତ, ଜ୍ଞାନଗତ ଓ ବିବେକଗତ। ପୋଥି ହେଉଛି ଆମର ସବୁଠୁ ବଡ଼ ବନ୍ଧୁ। ଯୁବବର୍ଗଙ୍କୁ ଆଗାମୀ ଭାଲେଣ୍ଟାଇନ୍ ଡେ’କୁ ବୁକ୍ ଡେ’ ଭାବେ ପାଳନ କରିବା ପାଇଁ ସେ ଏହି ଅବସରରେ ଆହ୍ବାନ ଦେଇଥିଲେ।
Mandei: ମଣ୍ଡେଇ-୨୦୨୫ କାନ୍ଥ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ
କାର୍ଯ୍ୟକ୍ରମରେ କର୍ଣ୍ଣେଲ ଶରତ ମହାପାତ୍ରଙ୍କ ‘ଅପରେସନ୍ ସିନ୍ଦୁର’, ପଞ୍ଚାନନ ନାୟକଙ୍କ ‘ଦେ’, ବଦ୍ରି ମହାପାତ୍ରଙ୍କ ‘ମୂର୍ଚ୍ଛିତ ମୋକ୍ଷ’, ବିମଳା ସିଂଙ୍କ ‘ଝରା ଶ୍ରାବଣ’, ଦାଶ ବେନହୁରଙ୍କ ‘ଓଡ଼ିଆ ଶିଶୁ ସାହିତ୍ୟ କିଛି ପର୍ଯ୍ୟାଲୋଚନା’ ସମେତ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ବିଭିନ୍ନ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ବିଜୟକେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/07/dgadgdazcv-2025-12-07-02-25-15.jpg)