ଆଈ ମା’ଙ୍କ ମୃତ୍ୟୁ ଖବର ଦେବାକୁ ଯାଇ ନାତି ଶବ ପାଲଟିଲେ

ବଜ୍ରପାତରେ ଜଣେ ମୃତ 

Telegraph India

ବଣାଇଗଡ଼: ଶନିବାର ସନ୍ଧ୍ୟାରେ ବଣାଇ ଉପଖଣ୍ତର ଲଲେଇ-ବ୍ରାହ୍ମଣଗାଁ ରାସ୍ତାରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। କଲେଇପୋଷ ସ୍କୁଲ କଲୋନି ସାହିରେ ରହୁଥିବା ସୁଦର୍ଶନ ମହାନ୍ତ ଓରଫ ଟିକିନା(୨୭)ଙ୍କ ଆଈ ମା’ ଙ୍କର ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା। ରାତିରେ ତାଙ୍କର ଶବସତ୍କାର କରିବାପରେ ନାତି ସୁଦର୍ଶନ ଶନିବାର ସନ୍ଧ୍ୟାରେ ନିଜ ଶ୍ବଶୁର ଘର ବ୍ରାହ୍ମଣଗାଁକୁ ଖବର ଦେବାକୁ ବାହାରିଥିଲେ।

ଶ୍ବଶୁର ଘରେ ମୃତ ଖବର ଦେବା ପରେ ବାଇକ ଯୋଗେ ବ୍ରାହ୍ମଣଗାଁ–ଲଲେଇ ରାସ୍ତା ଦେଇ ନିଜ ଘରକୁ ଫେରୁଥିବାବେଳେ ଦୁର୍ଘଟଣାରେ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବଣାଇ ଉପଖଣ୍ତ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରିବା ସହିତ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe