Advertisment

ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସି କିରାଣି ନିଖୋଜ: ଜ୍ବାଇଁଙ୍କ ନିଖୋଜ ପରେ ଶାଶୂଙ୍କ ମୃତ୍ୟୁ

Advertisment
ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସି କିରାଣି ନିଖୋଜ: ଜ୍ବାଇଁଙ୍କ ନିଖୋଜ ପରେ ଶାଶୂଙ୍କ ମୃତ୍ୟୁ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସି ଜୟପୁର ପୌରପାଳିକାରେ କିରାଣି ଚାକିରି କରୁଥିବା ସୀମାଦ୍ରି ପଟ୍ଟନାୟକ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ପରିବାର ଲୋକେ ସଂପର୍କୀୟ ଓ ଅନ୍ୟ ଜାଗାରେ ଖୋଜିବା ପରେ ବି ସୀମାଦ୍ରିଙ୍କୁ ନ ପାଇବାରୁ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ଜ୍ବାଇଁଙ୍କ ନିଖୋଜ ପରେ ସେମିଳିଗୁଡ଼ାରେ ରହୁଥିବା ଶାଶୂଙ୍କ ମୃତ୍ୟୁ ହୋଇଯାଇଛି। ସ୍ବାମୀଙ୍କ ନିଖୋଜ ଓ ମା’ଙ୍କ ମୃତ୍ୟୁ ପରେ ଶ୍ରୀ ପଟ୍ଟନାୟକଙ୍କ ପତ୍ନୀ ସ୍ନେହଲତା ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସ୍ନେହଲତାଙ୍କ ଘର ଜୟପୁରରେ।

ସ୍ନେହଲତାଙ୍କ ଅଭିଯୋଗ ମୁତାବକ, ସ୍ବାମୀଙ୍କ ସହ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବା ବ୍ୟବସ୍ଥାରେ ସେ ଓ ତାଙ୍କ ସ୍ବାମୀ ଆସିଥିଲେ। ତାଙ୍କ ସହ ଜୟପୁର ପୌରପାଳିକାର ୨୮ ନଂ ୱାର୍ଡର ୫୬୦ଜଣ ୨୭ଟି ବସ୍‌ରେ ଆସିଥିଲେ। ୨୭ଟି ବସ୍‌ରୁ ଅନ୍ନପୂର୍ଣ୍ଣା ନାମକ ବସ୍‌ରେ ସେ ଓ ତାଙ୍କ ସ୍ବାମୀ ଆସିଥିଲେ। ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଭିଡ଼ ଏତେ ଥିଲା ଯେ ସ୍ବାମୀଙ୍କଠାରୁ ସେ ଅଲଗା ହୋଇ ଯାଇଥିଲେ। ସେବେଠୁ ସେ ଆଉ ତାଙ୍କ ସ୍ବାମୀଙ୍କୁ ଖୋଜି ପାଉନାହାନ୍ତି। ବହୁ ଖୋଜାଖୋଜି ପରେ ସ୍ବାମୀଙ୍କୁ ନ ପାଇବାରୁ ସେ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯଦି କେହି ବ୍ୟକ୍ତି ସ୍ବାମୀଙ୍କ ସଂପର୍କରେ ଖବର ପାଆନ୍ତି, ଥାନାରେ ଜଣାଇବାକୁ ସେ ନିବେଦନ କରିଛନ୍ତି। ଅନ୍ୟପଟେ ପୁଲିସ ଗୁରୁତ୍ବର ସହ ତାଙ୍କ ସ୍ବାମୀଙ୍କ ଖୋଜିବାକୁ ସ୍ନେହଲତା ଗୁହାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe