ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥ‌ାରେ ଡାକ୍ତରଖାନାରେ ଭର୍ତ୍ତି

Advertisment

ଘଟଣା ପଛରେ ଦାଦାବଟି ଓ ଜମି ବ୍ୟବସାୟ, ଥାନା ଭିତରେ ଗଣ୍ଡଗୋଳ, ୧୧ ଅଟକ

ଘଟଣା ପଛରେ ଦାଦାବଟି ଓ ଜମି ବ୍ୟବସାୟ, ଥାନା ଭିତରେ ଗଣ୍ଡଗୋଳ, ୧୧ ଅଟକ

ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥ‌ାରେ ଡାକ୍ତରଖାନାରେ ଭର୍ତ୍ତି

ବାଲେଶ୍ୱର: ବାଲେଶ୍ବର ସହର ସହଦେବଖୁଣ୍ଟା ଥାନା ଅଧୀନ ବାଲିଆଠାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଆହତ ଯୁବକ ହେଲେ ଶୋଭାରାମପୁର ଅଞ୍ଚଳର ମନୋରଞ୍ଜନ ବିନ୍ଧାଣି(୩୪)। ମନୋରଞ୍ଜନ ଆଜି ସକାଳେ ବାଲିଆ ଗ୍ରାମରେ ଥିବା ହିନ୍ଦ୍ ଜିମ୍‌ରୁ ଫେରୁଥିବା ସମୟରେ ଦୁଇଜଣ ଯୁବକ ଆସି ହଠାତ୍‌ ତାଙ୍କୁ ଟାର୍ଗେଟ୍‌ କରିଥିଲେ। ଗୁଳିଚାଳନା ବେଳେ ମନୋରଞ୍ଜନ ବନ୍ଧୁକଧାରୀଙ୍କ ହାତ ଧରିଦେବାରୁ ଗୋଟିଏ ଗୁଳି ବାହାରକୁ ଚାଲିଯାଇଥିଲା ବେଳେ ଆଉ ଗୋଟିଏ ଗୁଳି ତାଙ୍କ ନାକରେ ବାଜିଥିଲା। ଫଳରେ, ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ସହଦେବଖୁଣ୍ଟା ପୁଲିସ ଏହି ଘଟଣାର ତନାଘନା ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ୨ ରାଉଣ୍ଡ ଗୁଳିଚାଳନା କରାଯାଇଛି। ଦାଦାବଟି ଓ ଜମି ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି।

ଅନ୍ୟପକ୍ଷରେ, ଏହି ଘଟଣାରେ ସୁନହଟ୍‌ ଅଞ୍ଚଳର ଜଣେ ଯୁବକଙ୍କୁ ଉଠାଇବା ପାଇଁ ପୁଲିସ ଆଜି ଅପରାହ୍‌ଣରେ ତାଙ୍କ ଘରକୁ ଯାଇଥିଲା। ସେଠାରେ ସମ୍ପୃକ୍ତ ଯୁବକଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ପୁଲିସକୁ ବିରୋଧ କରିବା ସହ ଠେଲାପେଲା କରିଥିଲେ। ସବୁପରେ ବି ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛନ୍ତି। ଏହାପରେ ପୁଣି ସଂଧ୍ୟା ସମୟରେ ଅଟକ ଯୁବକଙ୍କୁ ତୁରନ୍ତ ଛାଡ଼ିବା ପାଇଁ ତାଙ୍କ ପରିବାର ଓ ସହଯୋଗୀମାନେ ପୁଲିସ ନିକଟରେ ଦାବି କରିଥିଲେ। ତେବେ, ଥାନାର ପୁଲିସ କର୍ମଚାରୀମାନେ ସେମାନଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା। ଏଥିରେ ୩/୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ଛି। ଘଟଣାକୁ ନେଇ ୩୦୪/୨୪ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ୧୧ ଜଣ ଅଟକ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe