ଯୁବକଙ୍କୁ ହାତଗୋଡ଼ ବାନ୍ଧି ପିଟିଲେ  

Advertisment
ଯୁବକଙ୍କୁ ହାତଗୋଡ଼ ବାନ୍ଧି ପିଟିଲେ  

Dainik Bhaskar

ସମ୍ବଲପୁର: ଟାଉନ୍‌ ଥାନା ପଟ୍ଟନାୟକ ପଡ଼ାରେ ଜଣେ ଯୁବକଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ପଟ୍ଟନାୟକପଡ଼ାର ଅବ୍‌ଦୁଲ ଜାନଭୀର୍‌ ରାଜା ମଙ୍ଗଳବାର ଅପରାହ୍ଣ ୩ଟା ସମୟରେ ଘରକୁ ଫେରୁଥିଲେ। ପଡ଼ା ନିକଟରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଜଣେ ଯୁବକଙ୍କୁ ସେ ସାଇଡ୍‌ ହୋଇ ଛିଡ଼ା ହେବାକୁ କହିବାରୁ ସେ ରାଗିଯାଇ ଗାଳିଗୁଲଜ କରିଥିଲା। ତାପରେ ତା ଭାଇ ସହ ମିଶି ଅବଦୁଲ୍‌ଙ୍କ ହାତ ଓ ଗୋଡ଼ ବାନ୍ଧିଦେଇ ମାଡ଼ ମାରିଥିଲେ।

ଏହି ସମୟରେ ଅବଦୁଲ୍‌ ପିନ୍ଧିଥିବା ସୁନା ଚେନ୍‌ଟି ଛିଣ୍ଡି ଯାଇଥିଲା। ଜୀବନରୁ ମାରିଦେବାକୁ ଧମକ ଦେବାରୁ ଅବ୍‌ଦୁଲ ସେଠାରୁ ଭୟରେ ଚାଲି ଆସିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏ ନେଇ ଅବ୍‌ଦୁଲ ଲିଖିତ ଭାବେ ଅଭିଯୋଗ କରିବା ପରେ ଟାଉନ୍‌ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe