ଶ୍ବଶୁର ଘର ନିକଟରୁ ଜ୍ବାଇଁଙ୍କ ଝୁଲନ୍ତା ଶବ ଉଦ୍ଧାର

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ତେଲକୋଇ: ତେଲକୋଇ ଥାନା କରଦାଙ୍ଗି ପଞ୍ଚାୟତ ରଗଡ଼ା ସ୍କୁଲ୍‌ ନିକଟ ଏକ ମହୁଲଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ୍‌ ଥାନା ବଂପରଡ଼ା ଗ୍ରାମ ବେହେରାସାହିର ସ୍ବର୍ଗତ ବିଦ ନାଏକଙ୍କ ପୁଅ ବୁଟା ନାଏକ (୨୮)। ବୁଧବାର ବୁଟା ସ୍ତ୍ରୀ ଓ ୭ ମାସର ପୁଅକୁ ନେଇ ଶ୍ଵଶୁରଘରକୁ ଆସିଥିଲେ। ଗତକାଲି ରାତି ପ୍ରାୟ ୧୧ଟାବେଳେ ବୁଟାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ନେଇ ଶ୍ବଶୁର ଘର ଲୋକେ ଫୋନ୍ ଯୋଗେ ତାଙ୍କ ପରିବାରକୁ ଜଣାଇଥିଲେ।

ପରିବାର ଲୋକେ ଆଜି ଆସି ଦେଖିଲା ବେଳକୁ ବୁଟାଙ୍କ ଶବ ଶ୍ବଶୁର ଘର ନିକଟ ଏକ ମହୁଲଗଛରେ ଝୁଲୁଥିଲା। ଶ୍ବଶୁର ଘରେ କେହି ନଥିଲେ। ବୁଟାଙ୍କୁ ତାଙ୍କ ଶ୍ବଶୁର ଘର ଲୋକେ ମାରି ଗଛରେ ଝୁଲାଇ ଦେଇଥିବା ତାଙ୍କ ଭାଇ ସୁଦର୍ଶନ ନାଏକ ତେଲକୋଇ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ତେଲକୋଇ ପୁଲିସ କେସ୍‌ ନମ୍ବର ୨୮/୨୦୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ବୁଟାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଏପରି କରାଯାଇଥିବା ପରିବାର ଓ ଗ୍ରାମବାସୀ ଆଶଙ୍କା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe