ଜଙ୍ଗଲ ଭିତରେ ଯୁବକଙ୍କ ଝୁଳନ୍ତା ଶବ ଉଦ୍ଧାର

ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ବୀରମହାରାଜପୁର: ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଧୀନସ୍ଥ ଗୌଡ଼ଗାଡ଼ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତ ଯୁବକ ଜଣକ ହେଲେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା କମ୍ପରା ଗାଁର ଗୋବର୍ଦ୍ଧନ ସେଠୀଙ୍କ ପୁଅ ଗିରି ସେଠୀ (୩୨ବର୍ଷ) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ମୃତ ଗିରି ବୀରମହାରାଜପୁର ଥାନା ଦେଉଳି ଗାଁରେ ବିବାହ କରିଥିଲେ। ତାଙ୍କର ମାନସିକ ବିକୃତି ହେବାରୁ ସେ ବହୁଦିନ ହେଲା ଗୌଡ଼ଗାଡ଼ ଶିବ ମନ୍ଦିରରେ ରହି ଚିକିତ୍ସିତ ହେଉଥିଲେ।

ଗୌଡ଼ଗାଡ଼ ଜଙ୍ଗଲରେ ଏକ ଗଛରେ ଲୁଗାରେ ଫାଶୀ କରି ଅତ୍ମହତ୍ୟା କରିଥିଲେ। ତିନିଦିନ ହେଲା ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏନେଇ ସୋମବାର ଜଙ୍ଗଲକୁ ଯାଇଥିବା ଲୋକେ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଚାରମାଳ ଥାନା ଅନ୍ତର୍ଗତ ବଡ଼ମାଲ ଫାଣ୍ଡିରର ପୁଲିସ ଓ ବୀରମହାରାଜପୁର ଥାନା ଠେଙ୍ଗୋଡ୍ୟାମ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୀରମହାରାଜପୁର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ବୀରମହାରାଜପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe