ପାଠ ପଢ଼ାଇବା ଛାଡ଼ି ଖଟିରେ ବସୁଛନ୍ତି ପ୍ରଧାନ ଶିକ୍ଷକ!

Advertisment

ବାଗପଡ଼ା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ

ବାଗପଡ଼ା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ

ପାଠ ପଢ଼ାଇବା ଛାଡ଼ି ଖଟିରେ ବସୁଛନ୍ତି ପ୍ରଧାନ ଶିକ୍ଷକ!

ପଣ୍ଡିଗାଁ: କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନ ବାଗପଡ଼ା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା ସକାଳେ ସ୍କୁଲ ପହଞ୍ଚି ହାଜରା ଖାତାରେ ଦସ୍ତଖତ ଦେଇ କଲମପୁର ବଜାର ପାନ ଦୋକାନରେ ବସି ଖଟି କରୁଥିବା ଚିତ୍ର ଦେଖିବାକୁ ମିଳିଛି। ଏହି ବିଷୟରେ ଅନ୍ୟ ଜଣେ ସହ ଶିକ୍ଷକଙ୍କୁ ପଚାରିବାରୁ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା କଲମପୁର ସେଣ୍ଟର ସ୍କୁଲକୁ ଡେପୁଟେସନ୍‌ରେ ଯାଇଛନ୍ତି ଏବଂ ଆଉ ଜଣେ ଶିକ୍ଷକ ଛୁଟିରେ ଥିବା ପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ବିଇଓ ହରି ଶଙ୍କର ବାଗଙ୍କୁ ପଚାରିବାରୁ ମୁଁ ଜାଣି ନାହିଁ ଏବଂ ଅନୁସନ୍ଧାନ କଲା ପରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ପରେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡାଙ୍କ ସହ ଯୋଗାଯୋଗ କରାଯିବାରୁ ମୋ ସ୍ବାସ୍ଥ୍ୟାବସ୍ଥା ଠିକ୍ ନାହିଁ। ମୁଁ ବଜାରରେ ପଇଡ଼ ପିଉଥିଲି ଏବଂ ମୋ ପୁଅର ସର୍ଟିଫିକେଟ୍‌ ଆଣିବାକୁ ଯାଉଥିଲି ବୋଲି ପ୍ରକାଶ କରିଛନ୍ତି। ତେବେ ସ୍କୁଲ୍‌ରେ ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତି ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏଣୁ ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe