ଶରୀର ଦାନ କରିବେ ପ୍ରଧାନ ଶିକ୍ଷୟିତ୍ରୀ 

Advertisment
ଶରୀର ଦାନ କରିବେ ପ୍ରଧାନ ଶିକ୍ଷୟିତ୍ରୀ 

ABC

ଦେବଗଡ଼: ମୃତ୍ୟୁ ପରେ ଶରୀର ଦାନ ପାଇଁ ଦେବଗଡ ସହରର କଚେରି ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସମେତ ୩ ଜଣ ବ୍ୟକ୍ତି ନିଷ୍ପତି ଗ୍ରହଣ କରିଛନ୍ତି। ଦେବଗଡ ସହରର ଶାସନ ସାହିର ବରିଷ୍ଠ ନାଟ୍ୟକାର ମାର୍କଣ୍ଡେଶ୍ୱର ଶତପଥି ଏବଂ ମହୁଲଢିପା ସାହିର ଅବସରପ୍ରାପ୍ତ ଏବିଇଓ ଗଗନ ଦ୍ୱିବେଦୀ ଏବଂ ତାଙ୍କ ଧର୍ମପତ୍ନୀ କଚେରୀ ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତରୁଲତା ପୂଜାରୀ ମୃତ୍ୟୁ ପରେ ତାଙ୍କ ଶରୀର ଦାନ ପାଇଁ ଆଜି ଚୁକ୍ତିନାମା କରିଥିବା ଜଣାପଡିଛି।

ପ୍ରତିଷ୍ଠିତ ଅନୁଷ୍ଠାନ ଉତ୍ସର୍ଗ ପରିବାର ସହ ଏନେଇ ଚୁକ୍ତିନାମା କରିଥିବା ବେଳେ ଉତ୍ସର୍ଗ ପରିବାରର ବହୁ ସଦସ୍ୟ ଦେବଗଡକୁ ଆସି ଶରୀର ଦାନ ପାଇଁ ଚୁକ୍ତିନାମା କରୁଥିବା ସମସ୍ତ ସଦସ୍ୟଙ୍କୁ ରବିବାର ତାଙ୍କ ବାସଭବନରେ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍ସର୍ଗ ପରିବାରର ଡ. ବିଜୟ ପ୍ରଧାନ, ଲୋକନାଥ ପାଣ୍ଡେ, ରୁଦ୍ର ନାରାୟଣ ମିଶ୍ର, କ୍ରିଷ୍ଣା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe