Advertisment

ବର୍ଷାଙ୍କ ପିଟିସନ୍‌ ଉପରେ ଶୁଣାଣି ଶେଷ

Advertisment
ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଛାଡିବା ମାମଲା: ବର୍ଷାଙ୍କ ମାମଲାରେ ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ

Knowledia News

କଟକ : ଗୁରୁବାର ଦିନ ପରିବାର ଅଦାଲତରେ ଅନୁଭବ ମହାନ୍ତିଙ୍କୁ ଜେରାପାଇଁ ଅନୁମତି ଲୋଡ଼ି ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାଖଲ ଆବେଦନର ଶୁଣାଣି ଶେଷ ହୋଇଛି।

ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଅଧା ରହିଥିବାବେଳେ ଜୁଲାଇ ୧୧ରେ ତାଙ୍କୁ ବର୍ଷାଙ୍କ ତରଫରୁ ଜେରା କରାଯିବାର ଥିଲା। ଜେରା କରିବାପାଇଁ ବର୍ଷାଙ୍କ ତରଫରୁ କେହି ଅଦାଲତରେ ଉପସ୍ଥିତ ନଥିଲେ। ଅନ୍ୟପକ୍ଷରେ, ଅଦାଲତରେ ଅନୁଭବଙ୍କ ତରଫରୁ ଆଉ ‌କେହି ସାକ୍ଷୀ ଦେବେନାହିଁ ବୋଲି ଦର୍ଶାଇ ଏକ ପିଟିସନ୍‌ ଦାଖଲ କରାଯାଇଥିଲା। ଏଭଳି ସ୍ଥିତିରେ ଅତାଲତ ମାମଲାର ଶୁଣାଣି କରି ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ବର୍ଷାଙ୍କ ତରଫରୁ ଅନୁଭବଙ୍କୁ ଅଧିକ ଜେରା ପାଇଁ ଅନୁମତି ଲୋଡ଼ି ପିଟିସନ୍‌ ଦାଖଲ କରାଯାଇଥିଲା। ଏହି ପିଟିସନ୍‌ ଉପରେ ଗୁରୁବାର ଦିନ ଶୁଣାଣି ‌ଶେଷ ହୋଇଥିବାବେଳେ ଅଗଷ୍ଟ ୧୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe