ଅମ୍ପାନ ପାଇଁ ହାଇକୋର୍ଟରେ ମାମଲା ଶୁଣାଣି ସ୍ଥଗିତ

ରଥଯାତ୍ରା ବନ୍ଦ ପାଇଁ ମାମଲା କରିନୁ: ଭାରତ ବିକାଶ ପରିଷଦ

image source-new india express

କଟକ: ବାତ୍ୟା ଓ ବର୍ଷାକୁ ଦୃଷ୍ଟିକୁ ରଖି ବୁଧବାର ଦିନ ହାଇକୋର୍ଟରେ ତାଲିକାଭୁକ୍ତ ମାମଲା ଗୁଡିକର ଶୁଣାଣି ସ୍ଥଗିତ ରଖାଯାଇଥିଲା। ୨୦ ତାରିଖ ଦିନ ଶୁଣାଣି ପାଇଁ ତାଲିକାଭୁକ୍ତ ମାମଲା ଗୁଡିକର ୨୧ ତାରିଖ ଦିନ ଶୁଣାଣି କରାଯିବ। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବାତ୍ୟା ଅମ୍ଫାନର ପ୍ରଭାବ, ଭାରି ବର୍ଷାର ପୂର୍ବାନୁମାନ, ବିଦ୍ୟୁତ ଯୋଗାଣ ଓ ଇଣ୍ଟରନେଟ୍ ସଂଯୋଗରେ ସମସ୍ୟା ସହିତ ବାର୍‌ର ଅନୁରୋଧକୁ ଦୃଷ୍ଟିରେ ରଖି ୨୦ ତାରିଖ ଦିନ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ କୋର୍ଟରେ ମାମଲା ଶୁଣାଣି ସମ୍ଭବ ନଥିଲା। ଏପରି ପରିସ୍ଥିତିରେ ୨୦ ତାରିଖ ଦିନ ପ୍ରକାଶିତ ତାଲିକାରେ ସ୍ଥାନ ପାଇଥିବା ମାମଲା ଗୁଡିକର ଶୁଣାଣି ୨୧ ତାରିଖରେ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe