ହାତୀ ସୁରକ୍ଷା ମାମଲାରେ ହାଇକୋର୍ଟ କ୍ଷୁବ୍ଧ: ଅଧିକାଂଶ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇନି

Advertisment

ଡିଜିଙ୍କ ସତ୍ୟପାଠ , ଖୁବ୍‌ଶୀଘ୍ର ଗଠନ ହେବ ଯୁଗ୍ମ ଟାସ୍କଫୋର୍ସ

ଡିଜିଙ୍କ ସତ୍ୟପାଠ , ଖୁବ୍‌ଶୀଘ୍ର ଗଠନ ହେବ ଯୁଗ୍ମ ଟାସ୍କଫୋର୍ସ

କନଷ୍ଟେବଳ ପଦରେ ଗୃହରକ୍ଷୀଙ୍କ ନିଯୁକ୍ତି ପ୍ରସଂଗ: କଟ୍-ଅଫ୍ ମାର୍କ ବ୍ୟବସ୍ଥାକୁ ବିରୋଧ, ହାଇକୋର୍ଟଙ୍କ ଜବାବ ତଲବ

Live Law

କଟକ : ଅଧିକାଂଶ ବନ୍ୟପ୍ରାଣୀ ଶିକାର ମାମଲାରେ ଚାର୍ଜସିଟ୍ ‌ଦାଖଲ ହୋଇନାହିଁ। ଏହାକୁ ନେଇ ଆଜି ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଲିସ ପକ୍ଷରୁ କେବଳ ବନ୍ୟପ୍ରାଣୀ ଶିକାର ପରବର୍ତ୍ତୀ ପ୍ରତିକାର କଥା କୁହାଯାଉଥିବା ବେଳେ ଏହା କିଭଳି ବନ୍ଦ ହେବ, ସେ ତଥ୍ୟ ରଖାଯାଉ ନଥିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଶୁଣାଣି ସମୟରେ ପିସିସିଏଫ୍‌ଙ୍କ ସତ୍ୟପାଠରୁ ମାମଲା ସମ୍ପର୍କରେ ଚିତ୍ର ମିଳିଥିଲା। ଏଥିରେ ସ୍ପଷ୍ଟ ହେଇଥିଲା ଯେ ହାତୀ ସମେତ ଅନ୍ୟ ବନ୍ୟଜନ୍ତୁ ଶିକାରକୁ ନେଇ ରୁଜୁ ଅଧିକାଂଶ ମାମଲାରେ ଏ ପର୍ଯ୍ୟନ୍ତ ଚାର୍ଜସିଟ୍‌ ଦାଖଲ ହୋଇପାରି ନାହିଁ। ଏହାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରତିକାରମୂଳକ ପଦକ୍ଷେପ ପାଇଁ ପ୍ରସ୍ତାବ ରହିଥିବା ବେଳେ ବିଶେଷକିଛି କରାଯାଇନାହିଁ ବୋଲି ହାଇକୋର୍ଟ କହିଥିଲେ। ଜେଟିଏଫ୍ ବନ୍ୟପ୍ରାଣୀ ବିଶେଷଜ୍ଞ, ସିଭିଲ ସୋସାଇଟି ସଦସ୍ୟ, କୃଷକଙ୍କ ଫସଲ ନଷ୍ଟ, ମଣିଷ-ପଶୁ ସଂଘର୍ଷ ପ୍ରସଙ୍ଗ ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ମତକୁ ବିଚାରକୁ ନେବାଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ। ଅନ୍ୟପକ୍ଷରେ, ତିନି ମାସ ଭିତରେ ସ୍ଥିତିରେ ସୁଧାର ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ତରଫରୁ ଆଜି ଦର୍ଶାଯାଇଥିଲା। ଚାର୍ଜସିଟ ହୋଇ ନଥିବା ମାମଲା ଗୁଡିକରେ ଏହି ଅବଧି ଭିତରେ ଚାର୍ଜସିଟ ଦାଖଲ କରାଯିବ। ଏଥିସହିତ ଜେଟିଏଫ ବିଶେଷଜ୍ଞ ଓ ଅନ୍ୟମାନଙ୍କ ମତାମତକୁ ବିଚାରକୁ ନିଆଯିବ। ଯାହାଦ୍ବାରା ଏକ ସବିଶେଷ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇପାରିବ। ପ୍ରତି ୧୫ ଦିନରେ ଥରେ ଟାସ୍କଫୋର୍ସ ବୈଠକ ଆୟୋଜନ କରାଯିବ ବୋଲି କୁହାଯାଇଥିଲା।

ତେବେ, ପୂର୍ବଥର ଶୁଣାଣି ପରେ ଅଧିକ ସଂଖ୍ୟକ ହାତୀଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। କେନ୍ଦୁଝରରେ ଦୁଇଟି ହାତୀଙ୍କ ବିଦ୍ୟୁତ୍‌ ସଂଯୋଗରେ ମୃତ୍ୟୁ ଘଟଣାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ କହିଥିଲେ। ଏଥିସହିତ ଜେଟିଏଫର ଆବହାକ ପିସିସିଏଫ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏକ ସବିଶେଷ ଆକ୍ସନ ପ୍ଲାନ ପ୍ରସଂଗରେ ସତ୍ୟପାଠ ମାଧ୍ୟମରେ ତଥ୍ୟ ଦାଖଲ କରିବେ ବୋଲି ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୀତା ରାଉତଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଆଜି ମାମଲାର ଶୁଣାଣି ସମୟରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ହାତୀ ଓ ଅନ୍ୟ ବନ୍ୟଜନ୍ତୁ ଶିକାର ରୋକିବା ସହ ଘଟଣାର ତଦନ୍ତ ପାଇଁ ବନ ବିଭାଗ ଓ ରାଜ୍ୟ ପୁଲିସର ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ୍‌) ଗଠନ କରାଯିବ। ହାତୀ ସହିତ ବାଘ, ଚିତା ବାଘ ଶିକାର ଓ ବେଆଇନ ବଜ୍ରକାପ୍ତା ଚାଲାଣ ମାମଲାରେ ଜେଟିଏଫ୍‌ ପଦକ୍ଷେପ ଗ୍ରହଣ କରିବ। ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍ ୱାଇଲ୍‌ଡ ଲାଇଫ୍‌)ଙ୍କ ଅଧୀନରେ ଏହି ‌ଟାସ୍କଫୋର୍ସ କାର୍ଯ୍ୟ କରିବ। ଏଥିରେ ବିଭିନ୍ନ ପାହ୍ୟାର ପୁଲିସ ଅଧିକାରୀ ରହିବେ। ଟାସ୍କଫୋର୍ସରେ କେଉଁ ପୁଲିସ ଅଧିକାରୀଙ୍କୁ ନିଆଯିବ, ସେ ନେଇ ଡିଜି ନିଜେ ନିଷ୍ପତ୍ତି ଗ୍ରହଣ କରିବେ। ବନ୍ୟଜନ୍ତୁ ସଂପର୍କିତ ଅପରାଧିକ ମାମଲା ଗୁଡିକର ତ୍ବରିତ ଶୁଣାଣି ପାଇଁ ପ୍ରତି ଜିଲ୍ଲାରେ ଜଣେ ଲେଖାଏ ପବ୍ଲିକ୍ ପ୍ରସିକ୍ୟୁଟରଙ୍କୁ ନିୟୋଜିତ କରାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe