ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଏଚ୍‌ଏସ୍‌ଆର୍‌ପି ଲଗାଇବା ସମୟ ସୀମା ବଢ଼ିବ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

ଭୁବନେଶ୍ବର : ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍‌ଏସ୍‌ଆର୍‌ପି) ଲଗାଇବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯିବା ପ୍ରସଙ୍ଗରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ପରିବହନ ବିଭାଗ କଟକଣା କୋହଳ କରିବାକୁ ଚିନ୍ତା କରୁଛି।

ଏନେଇ ଆଜି ପରିବହନ କମିସନର ଅରୁଣ ବୋଥ୍ରା କହିଛନ୍ତି ଯେ, ହାଇକୋର୍ଟ ନିର୍ଦ୍ଦେଶ ଦେଲେ ନମ୍ବର ପ୍ଲେଟ ଲଗାଇବା ନେଇ ସମୟ ସୀମାକୁ ବୃଦ୍ଧି କରାଯିବ। କେବଳ ଆମ ରାଜ୍ୟରେ ଏଚ୍‌ଏସ୍‌ଆର୍‌ପି ଲାଗୁନି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରାୟ ୨୬ଟି ରାଜ୍ୟରେ ଏହାକୁ ବାଧ୍ୟତାମୂଳକ କରାଯାଇଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଏଚ୍‌ଏସ୍‌ଆର୍‌ପି ଲଗାଯାଉଛି। ଏତେ ବଡ଼ ମାତ୍ରାରେ ଏହି ପ୍ରକ୍ରିୟା ଚାଲିଥିବାରୁ ଲୋକଙ୍କୁ ଏଥିରେ ସମସ୍ୟା ହୋଇପାରେ। ତେବେ ସମସ୍ୟାର ସମାଧାନ ପାଇଁ ୨୪ ଘଣ୍ଟିଆ ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇଛି। ସେହିପରି ଆଗାମୀ ଦିନରେ ରାଜ୍ୟରେ ବି କାର୍‌ର ପଛ ସିଟରେ ବସୁଥିବା ବ୍ୟକ୍ତି ସିଟ ବେଲଟ ଲଗାଇବା ବାଧ୍ୟତାମୂଳକ ହେବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe