ମୂର୍ତ୍ତି ଉଚ୍ଚତା ବିବାଦ ମାମଲା: ଆସନ୍ତାକାଲି ରାୟ ଶୁଣାଇବେ ଉଚ୍ଚ ନ୍ୟାୟାଳୟ

Advertisment
ମୂର୍ତ୍ତି ଉଚ୍ଚତା ବିବାଦ ମାମଲା: ଆସନ୍ତାକାଲି ରାୟ ଶୁଣାଇବେ ଉଚ୍ଚ ନ୍ୟାୟାଳୟ

କଟକ: ବାଲୁବଜାର ପୂଜା ମଣ୍ଡପର ମୂର୍ତ୍ତି ଉଚ୍ଚତା ମାମଲାର ଶୁଣାଣି ଶେଷ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଆସନ୍ତାକାଲି ଏହାର ରାୟ ପ୍ରକାଶ ପାଇବ ବୋଲି ଆବେଦନକାରୀ ଆଡଭୋକେଟ୍ ସୂର୍ଯ୍ୟକାନ୍ତ ସଂଗନେରିଆ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ବାଲୁବଜାର ପୂଜା କମିଟି ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା। ୫୦୦  ବର୍ଷର ପୁରୁଣା ପରମ୍ପରା ଅନୁସାରେ ଏଠାରେ ମା ଦୁର୍ଗାଙ୍କ ବଡ ମୂର୍ତ୍ତି ପୂଜା ପାଇଆସୁଛି। ଏଣୁ ସରକାରଙ୍କ ମୂର୍ତ୍ତି କଟକଣାକୁ ବାଲୁ ବଜାର ପୂଜା କମିଟି ପକ୍ଷରୁ ଏହାକୁ ବିରୋଧ କରାଯାଇ ହାଇକୋର୍ଟରେ ଏକ ରିଟ ପିଟିସନ ଦାୟର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe