ମହିଳା ନିର୍ଯାତନା ନେଇ କଠୋର ହେଲା ଉଚ୍ଚଶିକ୍ଷା ବିଭାଗ: ୭ ଦିନରେ ଆଇସିସି ଗଠନ କର

Advertisment

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ବାରମ୍ବାର ଚିଠି ଲେଖିଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଏକାଧିକ ଥର ନିର୍ଦ୍ଦେଶ ଦେଇଛି।

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ବାରମ୍ବାର ଚିଠି ଲେଖିଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଏକାଧିକ ଥର ନିର୍ଦ୍ଦେଶ ଦେଇଛି।

dgjgjdgjdgjyjy

Shiksha

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ବାରମ୍ବାର ଚିଠି ଲେଖିଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଏକାଧିକ ଥର ନିର୍ଦ୍ଦେଶ ଦେଇଛି। ତା’ସତ୍ତ୍ବେ ବିଭାଗ ଅଧୀନସ୍ଥ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏଦିଗରେ ପଦକ୍ଷେପ ନେଇନାହାନ୍ତି। ଆଇସିସି ଗଠନ ଦୂରର କଥା, ଅଭିଯୋଗ ଗ୍ରହଣ କରିବାକୁ ବି ଶିକ୍ଷାନୁଷ୍ଠାନରେ ସେଲ୍‌ ନାହିଁ। ଗୋଟିଏ କି ଦୁଇଟି ନୁହେଁ, ରାଜ୍ୟର ୩୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ଆଇସିସି ନାହିଁ। ଯେଉଁଥିପାଇଁ ନିର୍ଯାତିତ ମହିଳା କର୍ମଚାରୀ ଓ ଛାତ୍ରୀମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରୁ ନାହାନ୍ତି। କେତେକ ଶିକ୍ଷାନୁଷ୍ଠାନରେ ଆଇସିସି ରହିଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟ କରୁ ନାହିଁ। ତଦନ୍ତ ବିଳମ୍ବିତ ହେଉଛି।
ସଦ୍ୟତମ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର କିଛି ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ କର୍ମଜୀବୀ ମହିଳାଙ୍କୁ ନିର୍ଯାତନା ଘଟଣା ସାମ୍ନାକୁ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ କଡ଼ା ଅାଭିମୁଖ୍ୟ ଗ୍ରହଣ କରିଛି।

କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ଆଇନ ୨୦୧୩ ଅନୁଯାୟୀ ଆସନ୍ତା ୭ ଦିନ ମଧ୍ୟରେ କ୍ୟାମ୍ପସରେ ଆଇସିସି ଗଠନ ଦିଗରେ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ କୁହାଯାଇଛି। ମହିଳାଙ୍କୁ ଯୌନ ନିର୍ଯାତନା ରୋକିବା ଦିଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜ୍ୟର ସମସ୍ତ ସରକାରୀ, ଘରୋଇ ଓ ଡିମ୍‌ଡ ବିଶ୍ବବିଦ୍ୟାଳୟ, ସରକାରୀ, ବେସରକାରୀ ଡିଗ୍ରି ମହାବିଦ୍ୟାଳୟ, ସରକାରୀ ଶିକ୍ଷକ ତାଲିମ ପ୍ରତିଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା କମିଟି ଗଠନ ସହ ଉଚ୍ଚଶିକ୍ଷା ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

୧୬ ବିଶ୍ବବିଦ୍ୟାଳୟ, ୮୨୨ ମହାବିଦ୍ୟାଳୟକୁ ନିର୍ଦ୍ଦେଶ
୩୦ ସୁଦ୍ଧା ବିଭାଗ ନିକଟରେ ଦାଖଲ କରିବେ ରିପୋର୍ଟ

ଆହୁରି ଅଭିଯୋଗ ହୋଇଛି ଯେ କିଛି ଶିକ୍ଷାନୁଷ୍ଠାନରେ ଅନ୍‌ଲାଇନ୍‌ ଅଭିଯୋଗ ସୁବିଧା ନାହିଁ କି କ୍ୟାମ୍ପସର ପ୍ରମୁଖ ସ୍ଥାନ, ନୋଟିସ୍‌ ବୋର୍ଡ, ଅଫିସ୍‌, ହଷ୍ଟେଲ, ପ୍ରେକ୍ଷାଳୟ, କ୍ରୀଡ଼ା ଷ୍ଟାଡିୟମ୍‌ରେ କମିଟି ସଦସ୍ୟଙ୍କ ଫୋନ୍‌ ନମ୍ବର ଲଗାଯାଇ ନାହିଁ। ବିଲ୍‌ଡିଂ ନିକଟରେ ଅଭିଯୋଗ ବାକ୍ସ ନ ଥିବାରୁ କର୍ମଚାରୀମାନେ ନିର୍ଯାତିତ ହେବା ପରେ ସିଧାସଳଖ ଉଚ୍ଚଶିକ୍ଷା ବିଭାଗରେ ଅଭିଯୋଗ କରୁଛନ୍ତି। ‌ଯୌନ ନିର୍ଯାତନା କ୍ଷେତ୍ରରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଶୂନ୍ୟ ସହନଶୀଳ ନୀତି ଆପଣାଇବାକୁ ୨୦୨୩ ମେ’ ମାସ‌ରେ ୟୁଜିସି ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯିବା ସତ୍ତ୍ବେ ତାହାକୁ କ୍ୟାମ୍ପସରେ ପାଳନ କରାଯାଉ ନଥିବା ନଜରକୁ ଆସିଛି। କ୍ୟାମ୍ପସରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ସଚେତନ କରାଇବା ଲାଗି ଆଲୋଚନାଚକ୍ର, ପ୍ରତିଯୋଗିତା, ପ୍ରଦର୍ଶନୀ, ବକ୍ତୃତା, ଫିଲ୍ମ ପ୍ରଦର୍ଶନ ଆଦି ଯୌନ ନିର୍ଯାତନା ସମ୍ପର୍କିତ ନୀତି ନିୟମ ସମ୍ପର୍କରେ ମହିଳା କର୍ମଚାରୀ ଓ ଗ୍ରୁପ୍‌ମାନଙ୍କୁ ଅବଗତ କରାଯାଉ ନଥିବା ଦୃଷ୍ଟିକୁ ଆସିଛି। 

୨୦୧୩ ଆଇନ ଅନୁଯାୟୀ ସରକାରୀ ହେଉ ବା ବେସରକାରୀ ସଂସ୍ଥା, ଯେଉଁଠି ଦଶ ଜଣରୁ ଅଧିକ ମହିଳା କର୍ମଚାରୀ ଅଛନ୍ତି ସେଠି ଏହି ଆଇନ ଅନୁସାରେ ଗୋଟିଏ ‘ଆଭ୍ୟନ୍ତରୀଣ କମିଟି’ ଗଠିତ ହେବା ବାଧ୍ୟତାମୂଳକ। ଏଥିରେ କାର୍ଯ୍ୟାଳୟର ଜଣେ ବରିଷ୍ଠ କର୍ମଚାରୀ ‘ପ୍ରିଜାଇଡିଂ ଅଫିସର’ ଦାୟିତ୍ୱରେ ରହିବେ ଓ ଅନ୍ୟ ଦୁଇଜଣ ସଦସ୍ୟ ରହିବେ। ଏହାସହିତ ଜଣେ ବାହ୍ୟ ସଦସ୍ୟ ମଧ୍ୟ ରହିବେ। ମୋଟ ସଦସ୍ୟଙ୍କ ଭିତରୁ ଅତିକମ୍‌ରେ ଅଧା ମହିଳା ହୋଇଥିବେ। ଆଭ୍ୟନ୍ତରୀଣ କମିଟିର ସମସ୍ତ ସଦସ୍ୟଙ୍କ ନାମ, ଯୋଗାଯୋଗ ଠିକଣା ସମସ୍ତେ ଦେଖିପାରୁଥିବା ଭଳି ସ୍ଥାନରେ ପ୍ରଦର୍ଶିତ କରାଯିବ।

କମିଟି ନିୟମିତ ଭାବରେ ବୈଠକ କରି କାର୍ଯ୍ୟସ୍ଥଳରେ ମହିଳାଙ୍କ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ନିଯୁକ୍ତିଦାତାଙ୍କୁ ସୁପାରିସ କରିପାରିବେ। କର୍ମସ୍ଥଳରେ ଯୌନ ଶୋଷଣ, ହିଂସା ବା ନିର୍ଯାତନାର ଅଭିଯୋଗ ଆସିଲେ ଉକ୍ତ କମିଟି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବେ। ଅଭିଯୋଗ ଆସୁ ବା ନଆସୁ ଏକ ବାର୍ଷିକ ବିବରଣୀ ପ୍ରସ୍ତୁତ କରି ଜିଲ୍ଲା ଅଧିକାରୀଙ୍କୁ ଦେବେ। ଯଦି କୌଣସି ସରକାରୀ, ବେସରକାରୀ କାର୍ଯ୍ୟାଳୟ କିମ୍ବା ପ୍ରତିଷ୍ଠାନ ଏଥିରେ ଖିଲାପ କରନ୍ତି ସେମାନଙ୍କୁ ଜରିମାନା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe