ବନ୍ଧ ତଳକୁ ଓଲଟିଲା ହାଇୱା

ବନ୍ଧ ତଳକୁ ଓଲଟିଲା ହାଇୱା

ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଷଠିପୁର ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିକଟରେ ଆଜି ଭାରସାମ୍ୟ ହରାଇ ଏକ ବାଲି ବୋଝେଇ ହାଇୱା (ଓଡି-୦୪ଜେ-୩୮୮୭) ଓଲଟି ପଡ଼ିଥିଲା। ଫଳରେ ଗାଡ଼ି ଭିତରେ ଥିବା ଚାଳକ ଗୁରୁତର ଆହତ ହୋଇଥିଲେ। ଆହତ ଚାଳକଙ୍କ ନାଁ ଅଜୟ ମଳିକ।

ପ୍ରକାଶ ଯେ, ଷଠିପୁର ପଥପ୍ରାପ୍ତ ସୁବିଧା କେନ୍ଦ୍ର ନିକଟରେ ଷଠିପୁର ଯାଜପୁର ରାସ୍ତାର ଦୋହରୀକରଣ କାମ ଚାଲିଛି। ବାଲି ବୋଝେଇ ହାଇୱାଟି ସେଠାକୁ ବାଲି ନେଇ ଆସିଥିବା ବେଳେ ଅଧିକ ବୋଝେଇ ଯୋଗୁଁ ଭାରସାମ୍ୟ ହରାଇ ବନ୍ଧ ତଳକୁ ଓଲଟି ପଡ଼ିଥିଲା। ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଏସ୍‌ଆଇ ଅଶୋକ କୁମାର ବଳ ଘଟଣାସ୍ଥଳରେ ପହଞ୍ଚି କାଚ ଭାଙ୍ଗି ଆହତ ଚାଳକଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe