୩ରେ ବରଗଡ଼ ପହଞ୍ଚିବ ହକି ବିଶ୍ବକପ୍‌ ଟ୍ରଫି   

Advertisment
୩ରେ ବରଗଡ଼ ପହଞ୍ଚିବ ହକି ବିଶ୍ବକପ୍‌ ଟ୍ରଫି   

Khel Now

ବରଗଡ଼: ଆସନ୍ତା ୩ ତାରିଖ ହକି ବିଶ୍ବକପ୍‌ ଟ୍ରଫି ବରଗଡ଼ ପହଂଚିବ। ଭବ୍ୟ ସ୍ବାଗତ ପାଇଁ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି।   ଟ୍ରଫିକୁ  ବରପାଲି ବ୍ଲକ୍ ସିକିର୍ଡି ଛକଠାରେ ପ୍ରଥମେ ସ୍ବାଗତ କରାଯିବ। ମାନବଶୃଙ୍ଖଳ ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପରେ ବିଜେପୁର ପଡ଼ିଆଠାରେ ଟ୍ରଫିକୁ ସ୍ବାଗତ କରାଯିବ। ଅପରାହ୍‌ଣରେ  ବରଗଡ଼ ଭଟଲି ଛକଠାରେ  ବାଜା ଗାଜା ଓ ଜର୍ଜ ହାଇସ୍କୁଲର ପୁରସ୍କାରପ୍ରାପ୍ତ ଏନ୍‌ସିସି ବ୍ୟାଣ୍ଡ ସହ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ, କ୍ରୀଡ଼ାବିତ୍‌ ଓ ବିଭିନ୍ନ ସଂଗଠନର ପ୍ରତିନିଧି ଶୋଭାଯାତ୍ରାରେ ବାହାରିବେ।

ସେଠାରୁ ଟ୍ରଫିକୁ ରୋଟାରି ପବ୍ଲିକ୍‌ ସ୍କୁଲକୁ ନିଆଯିବ। ଏକ ସାଧାରଣ ସଭା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଏହି ପରିପ୍ରେକ୍ଷୀରେ ମାରାଥନ୍‌ ସହ ହକି ଓ କବାଡ଼ି ମ୍ୟାଚ୍‌ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି।  ବୈଠକରେ ଅତିରିକ୍ତ ଜିଲ୍ଲାପାଳ କୃତୀବାସ ରାଉତ, ପିଡି ଡିଆରଡିଏ ଆଦିତ୍ୟ ଗୋୟଲ୍, ଉପଜିଲ୍ଲାପାଳ ଲଲାଟ ଲୁହା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ତୁଷାରକାନ୍ତି ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe