ଆର୍‌ଟିଓ ଗାଡ଼ି ଯାଞ୍ଚ ବେଳେ ଅଘଟଣ: ପିକ୍‌ଅପ୍‌ ଭ୍ୟାନ୍‌ ଚଢ଼ାଇ ଗୃହରକ୍ଷୀଙ୍କୁ ହତ୍ୟା!

Advertisment
ଆର୍‌ଟିଓ ଗାଡ଼ି ଯାଞ୍ଚ ବେଳେ ଅଘଟଣ: ପିକ୍‌ଅପ୍‌ ଭ୍ୟାନ୍‌ ଚଢ଼ାଇ ଗୃହରକ୍ଷୀଙ୍କୁ ହତ୍ୟା!

କେନ୍ଦ୍ରାପଡ଼ା/ଡେରାବିଶ : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ୫୩ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀନାରାୟଣପୁର-ବଳଭଦ୍ରପୁର ରାସ୍ତା ମଝିରେ ବୁଧବାର ସକାଳ ପ୍ରାୟ ୮ଟା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ଆର୍‌ଟିଓ ପକ୍ଷରୁ ଗାଡ଼ି ଯାଞ୍ଚ୍‌ ଚାଲିଥିବା ବେଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ର ଡ୍ରାଇଭର ଗାଡ଼ି ଚଢ଼ାଇ ଦେବାରୁ ଘଟଣାସ୍ଥଳରେ ଜଣେ ଗୃହରକ୍ଷୀଙ୍କ ଜୀବନ ଚାଲିଯାଇଛି।

publive-image

ମୃତ ଗୃହରକ୍ଷୀ ହେଉଛନ୍ତି କେନ୍ଦ୍ରାପଡ଼ା ଟାଉନ ଥାନା ବଡ଼ବାରଙ୍ଗ ରଜାସାହିର ପ୍ରବୀର କୁମାର ମହାପାତ୍ର(୨୭)। ଗୃହରକ୍ଷୀ ଭାବେ କାମ କରୁଥିବା ପ୍ରବୀର ଗଲା ପ୍ରାୟ ଦେଢ଼ମାସ ହେବ କେନ୍ଦ୍ରାପଡ଼ା ଆର‌୍‌ଟିଓ ଅଫିସ୍‌ରେ କାମ କରୁଥିଲେ। ବୁଧବାର ଦିନ ତାଙ୍କର ଗାଡ଼ି ଯାଞ୍ଚ୍‌ ଡ୍ୟୁଟି ପଡ଼ିଥିଲା। ତଦନୁଯାୟୀ ସକାଳୁ ସେ ଘରୁ ଆସି ଅଫିସ୍‌ରେ ପହଞ୍ଚିବା ପରେ ଟ୍ରାଫିକ୍‌ ଇନ୍ସପେକ୍ଟର‌୍‌ଙ୍କ ସହିତ ଗାଡ଼ି ଯାଞ୍ଚ୍‌ ପାଇଁ ବାହାରି ଯାଇଥିଲେ। ଲକ୍ଷ୍ମୀନାରାୟଣପୁର-ବଳଭଦ୍ରପୁର ରାସ୍ତା ମଝିରେ ଚେକି˚ ଚାଲିଥିଲା। ଏହିସମୟରେ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ କବାଡ଼ିଆ ଲୁହା ସାମଗ୍ରୀ ବୋଝେଇ କରି ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌(ଓଡ଼ି୦୫ଏଆର‌୍‌-୭୧୮୯)କୁ ପ୍ରବୀର ହାତ ଦେଖାଇ ଅଟକାଇବାକୁ ଉଦ୍ୟମ କରିଥିଲେ। ମାତ୍ର, ଭ୍ୟାନ୍‌ ଚାଳକ ସିଧା ତାଙ୍କୁ ଧକ୍କାଦେଇ ଘଟଣାସ୍ଥଳରୁ ଫେରାର‌୍‌ ହୋଇଯାଇଥିଲା। ଗାଡ଼ି ଧକ୍କା ଦେବାରୁ ପ୍ରବୀରଙ୍କ ମୁଣ୍ତର ଗଭୀର ଆଘାତ ଲାଗିବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ରାସ୍ତାରେ ଛଟପଟ ହେଇ ତାଙ୍କ ଜୀବନ ଚାଲି ଯାଇଥିଲା।

publive-image

ତେବେ, ଡ୍ୟୁଟିରେ ଥିବା ଅନ୍ୟ ଆରଟିଓ କର୍ମଚାରୀମାନେ ପ୍ରବୀରଙ୍କୁ ତୁରନ୍ତ ମେଡିକାଲ୍‌ ନେବା ପରିବର୍ତ୍ତେ ଘଟଣାସ୍ଥଳରୁ ପଳାଇଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। ଏହାପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଶବ ରଖି ରାସ୍ତାରୋକ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe