ହରିଚନ୍ଦନପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ ହରିଚନ୍ଦନପୁର ବ୍ଲକ୍ ଜାମୁଯୋଡ଼ି ଗ୍ରାମ ଆଟପୁର ସାହିର ରବୀନ୍ଦ୍ର ସେଠୀଙ୍କ ଘରର କାନ୍ଥ ଆଜି ଭୋର ସକାଳେ ଖସି ପଡ଼ିଲା। ଶ୍ରୀ ସେଠୀଙ୍କ ଦୁଇ ବଖରା ଘର ମଧ୍ୟରୁ ଗୋଟିଏ ବଖରା ଘରର କାନ୍ଥ ଖସି ପଡ଼ିବାରୁ ପରିବାର ଚାଳିବାରେ ଅସୁବିଧା ସୃଷ୍ଟି ହେଉଛି।
ପାଖରେ ଟଙ୍କା ପଇସା ନଥିବାରୁ ଘର ମରାମତି କରିବା ପାଇଁ ସେ ଅସମର୍ଥ। ତାଙ୍କୁ ଏକ ଆବାସ ଘର ଯୋଗାଇ ଦେବାପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାହିବାସୀ ଦାବି କରିଛନ୍ତି।
  
 Follow Us