ଘର ଜଳିଗଲା; ଗ୍ୟାସ ସିଲିଣ୍ଡର ଫାଟି ୫ ଆହତ

Advertisment
ଘର ଜଳିଗଲା; ଗ୍ୟାସ ସିଲିଣ୍ଡର ଫାଟି ୫ ଆହତ

ବ୍ରହ୍ମବରଦା: ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ତ ଘଟିଛି। ଏଥିରେ ଦୁଇବଖରା ଘର ସଂପୂର୍ଣ୍ଣ ଜଳିଯିବା ସହ ଗ୍ୟାସ ସିଲିଣ୍ଡର ଫାଟି ୫ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନୀଳକଣ୍ଠପୁର ଗ୍ରାମ ରାଉଳ ସାହିର ଶ୍ରୀଧର ରାୟ ଓ ବିଦ୍ୟାଧର ରାୟଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଶୋଇଥିବା ପରିବାର ଲୋକେ ଉଠି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଏହି ସମୟରେ ଘରେ ଥିବା ଏକ ଗ୍ୟାସ୍‌ ସିଲିଣ୍ଡର ଫାଟି ଯାଇଥିଲା। ଫଳରେ ଘର ଲୋକମ‌ାନେ ଆହତ ହୋଇଥିଲେ। ଆହତମାନେ ହେଲେ ଶ୍ରୀଧର ରାୟଙ୍କ ପତ୍ନୀ ତିଳୋତ୍ତମା ରାୟ, କାଜଲ ରାୟ, ଉପେନ୍ଦ୍ର ରାୟ, ସନ୍ତୋଷ ରାୟ ଓ ସଂଗ୍ରାମ ରାୟ। କାଜଲ ଓ ଉପେନ୍ଦ୍ର ଗୁରୁତର ହୋଇଛନ୍ତି।

ସମସ୍ତେ ଯାଜପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଅଗ୍ନିକାଣ୍ତରେ ଘରେ ଥିବା ଏକ ବାଇକ୍‌, ୨ଟି ସାଇକଲ ଓ ସୁନାରୁପା ସହିତ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପରିବାର ଲୋକ କହିଛନ୍ତି। କୁଆଖିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଆଜି ସକାଳୁ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଓ କାକୁଡ଼ିକୁଦ ଆର୍‌ଆଇ ଅଗ୍ନିବିପନ୍ନ ପରିବାରକୁ ଜରିପାଲ, ଲୁଗାପଟା ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe