ନିଜ ବନ୍ଧୁକରୁ ଗୁଳି ବାଜି ଶିକାରୀ ମୃତ

କୁଆଖାଇରେ ବୁଡ଼ି ନାବାଳକ ମୃତ

sisat

ରେଙ୍ଗାଲି : ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ବେଳେ ନିଜ ବନ୍ଧୁକର ଗୁଳି ବାଜି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ମେଣ୍ଢାବାହାଲ ଗାଁର କୁମର ଛତ୍ରିଆ (୪୫)ଙ୍କ ମୃତ୍ୟୁ ମାମଲା‌ରେ ଡିଏସ୍‌ପି ଶିତିକଣ୍ଠ କାନୁନଗୋ ତଦନ୍ତ ଆରମ୍ଭ କରିଛନ୍ତି। ସେ ବୁଧବାର ଘଟଣାସ୍ଥଳ ପରିଦର୍ଶନ କରିବା ସହ ମେଣ୍ଢାବାହାଳ ଗାଁକୁ ଯାଇ ପଚରାଉଚପରା କରିଥିବା ଜରାଯାଇଛି।

ସୂଚନା ଯୋଗ୍ୟ, ରବିବାର ଜମନକିରା ଥାନା ମେଣ୍ଢାବାହାଲ ଗାଁର ୭ ଜଣ ଯୁବକ କତରବଗା ଥାନା ଝାଙ୍କରପାଲି ପଞ୍ଚାୟତର ଚନ୍ଦନିମାଲ ଗ୍ରାମ ନିକଟସ୍ଥ ବଡ଼ବାହାଲ ଜଙ୍ଗଲକୁ ବାର୍‌ହା ଶିକାର ପାଇଁ ଯାଇଥିଲେ। ସେଠାରେ ନିଜ ବନ୍ଧୁକର ଗୁଳି ବାଜି କୁମରଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ପୁଲିସ ଅନ୍ୟ ୬ ଜଣ ସାଥୀ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe