ନିଜ ବନ୍ଧୁକ ଗୁଳିରେ ଶିକାରୀ ମୃତ

ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ରେଙ୍ଗାଲି : ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ବେଳେ ନିଜ ବନ୍ଧୁକର ଗୁଳିବାଜି ଜଣେ ଶିକାରୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକ ହେଲେ, ସମ୍ବଲପୁର ଜିଲ୍ଲା କତରବଗା ଥାନା ବଡ଼ବାହାଳ ଗାଁର କୁମର ଛତ୍ରିଆ।

ଖବର ଅନୁଯାୟୀ, ବଡ଼ବାହାଳ ଗାଁର ୭ ଜଣକ ଯୁବକ ନିକଟସ୍ଥ ଜଙ୍ଗଲକୁ ବାର୍‌ହା ଶିକାର ପାଇଁ ଯାଇଥିଲେ। ଏହିସମୟରେ ଏକ ବାଇକ୍‌ ଶବ୍ଦ ଶୁଣି ଶିକାରୀମାନେ ଘଟଣାସ୍ଥଳରୁ ଚାଲିଯିବା ପାଇଁ ଉଦ୍ୟମ କରିଥିଲେ। ଠିକ୍‌ ଏହିସମୟରେ କୁମର ଧରିଥିବା ବନ୍ଧୁକରୁ ଗୁଳିଫୁଟି ତାଙ୍କ ଦେହରେ ବାଜିଥିଲା। ଫଳରେ, ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଚନ୍ଦନିମାଲ ଓ ବଡ଼ବାହାଳ ଜଙ୍ଗଲ ମଝିରେ ଏହି ଘଟଣା ଘଟିଥିବା ବେଳେ କତରବଗା ପୁଲିସ ମୃତଦେହ ଉଦ୍ଧାର କରିବା ସହ ଅନ୍ୟ ୬ ଜଣଙ୍କୁ ଅଟକ ରଖିଛି। ଏହାସହ ପୁଲିସ ୨ଟି ବନ୍ଧୁକ ବି ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe