ଟ୍ରେନ୍‌ ଆଗକୁ ଡେଇଁ ସ୍ୱାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା!

ପରସ୍ପରକୁ କରେଣ୍ଟ ଲଗାଇ ଦମ୍ପତିଙ୍କ ଆତ୍ମହତ୍ୟା

କଣ୍ଟାବାଞ୍ଜି/ତୁରେକେଲା: ବଲାଙ୍ଗୀର ଜିଲ୍ଲା ତୁରେକେଲା ରେଳ ଷ୍ଟେସନ ନିକଟରେ ଜିଆର୍‌ପି ପୁଲିସ ଏକ ଦମ୍ପତିଙ୍କ ମୃତଦେହ ଠାବ କରିଛି। ସେମାନେ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଜଲପାଙ୍କେଲ ଗାଁର ମକାରୁ ରଣା ଓ ହୀରା ରଣା ବୋଲି ଜଣାପଡ଼ିଛି। ତୁରେକେଲା ରେଳ ଷ୍ଟେସନର ୧୫୪/୨୪ନଂ ଖୁଣ୍ଟ ନିକଟରେ ଉଭୟଙ୍କ ମୃତଦେହ ପଡ଼ିଥିଲା। ଉଭୟ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଥିବା ବେଳେ ଏହାପଛର କାରଣ ଖୋଜିବାକୁ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ବଡ଼ ପୁଅ ସତ୍ୟ ରଣାଙ୍କ କହିବାନୁସାରେ, ବାପାଙ୍କ ମାନସିକ ଅବସ୍ଥା ଠିକ ନଥିଲା ଓ ମା’ଙ୍କ ଆଖି ମଧ୍ୟ ଦେଖା ଯାଉନଥିଲା। ସେହିପରି ଜିଆରପି ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe