ପତ୍ନୀଙ୍କ ତଣ୍ଟି କାଟିଦେଲା ସ୍ବାମୀ

Advertisment
ପତ୍ନୀଙ୍କ ତଣ୍ଟି କାଟିଦେଲା ସ୍ବାମୀ

ODISHA RAY

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ଭ୍ରମରଗୋଳା ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘରକୁ ଗତକାଲି ବୁଲିବାକୁ ଆସିଥିଲେ ବାଲେଶ୍ବର ଜିଲ୍ଲା ବାହାବଳପୁର ଥାନା ଅଧୀନ ମାଣିକପୁର ଗ୍ରାମର ମିଟୁ ରାୟ ଓ ତାଙ୍କ ପତ୍ନୀ ମାମିନା ମହାନ୍ତ (୨୬)। ସେଠାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ପରେ ମିଟୁ କେଉଁଆଡ଼େ ଚାଲି ଯାଇଥିଲେ।

ତେବେ ମଧ୍ୟରାତ୍ରିରେ ସେ ଘରକୁ ଫେରିଥିଲେ। ଫଳରେ ପୁଣିଥ‌ରେ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ମାମିନାଙ୍କ ତଣ୍ଟିକୁ ଏକ ଧାରୁଆ ବ୍ଲେଡ୍‌ରେ କାଟି ହତ୍ୟା କରିବାକୁ ଚେଷ୍ଟା କରିଥିଲେ ମିଟୁ। ମାମିନାଙ୍କୁ ଗୁରୁତର ଅବସ୍ଥାରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ବେତନଟୀ ଥାନାରେ ନଂ ୧୨୪/୨୦୨୨ରେ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ମିଟୁ ଫେରାର୍‌ ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe