ହଜିଲା ସ୍ତ୍ରୀ’କୁ ଫେରିପାଇଲେ ସ୍ବାମୀ

Advertisment
ହଜିଲା ସ୍ତ୍ରୀ’କୁ ଫେରିପାଇଲେ ସ୍ବାମୀ

ଭଦ୍ରକ/ଧାମନଗର: ପ୍ରଥମେ ମୋବାଇଲରୁ ପ୍ରେମ ତା’ ପରେ ବାହାଘର। ହେଲେ ଏହି ବାହାଘରକୁ ଉଭୟ ପରିବାର ଲୋକ ସମର୍ଥନ ନ କରିବାରୁ ସେମାନେ ବାଧ୍ୟ ହୋଇ ଘର ଛାଡ଼ିଥିଲେ। ପରେ ଉଭୟ ପ୍ରେମିକ, ପ୍ରେମିକା ଶ୍ୱଶୁର ଘରକୁ ଅାସିଥିଲେ। ପୁଅର ବାପା, ମା’ ରାଜି ହେବା ପରେ ଉଭୟ ପୁଅ ବୋହୂଙ୍କୁ ସ୍ବୀକୃତି ଦେଇଥିଲେ। ହେଲେ ପୁଅ ଓ ଝିଅ ଅଲଗା ଜାତିର ହୋଇଥିବାରୁ ଝିଅର ବାପା, ମା’ ଏହି ବିବାହକୁ ସ୍ବୀକୃତି ଦେଇନଥିଲେ। କୌଶଳ କରି ବିବାହର ୬ ମାସ ପରେ ଝିଅକୁ ବାପଘର ଲୋକ ଉଠାଇ ନେଇଥିଲେ। ହେଲେ ଶେଷରେ ପ୍ରେମିକ ସ୍ବାମୀ ତା’ର ହଜିଲା ସ୍ତ୍ରୀ’କୁ ଫେରିପାଇଛି। ଧୂଷୁରୀ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା।

ସୂଚନା ମୁତାବକ, ଧୂଷୁରୀ ଥାନା ଅଞ୍ଚଳର ଜଣେ ଯୁବକ ବ୍ରାହ୍ମଣୀପାଳ ଅଞ୍ଚଳର ଜଣେ ଝିଅକୁ ଭଲ ପାଉଥିଲେ। ଉଭୟ ପୁରୀରେ ବିବାହ ମଧ୍ୟ କରିଥିଲେ। ତେବେ ଝିଅ ପାଠ ପଢ଼ିବା ପାଇଁ ବାଧ୍ୟ କରିବାରୁ ଶାଶୂଘର ଲୋ‌େକ ରାଜି ହୋଇଥିଲେ। ମେ’ ୩୧ ତାରିଖରେ ଝିଅ ଧୂଷୁରୀ ନିକଟ ଅାଖଣ୍ଡଳମଣି କଲେଜରେ ପରୀକ୍ଷା ଦେଇ ଫେରୁଥିବା ବେଳେ ବାଟରୁ ବାପ ଘର ଲୋକ ତାଙ୍କୁ ଅପହରଣ କରି ନେଇଥିଲେ। ଅାଜି ଝିଅର ପରିବାର ଲୋକ, ମାମୁଁମାଇଁ ଅନ୍ୟ ଜଣେ ଯୁବକ ସହ ବିବାହ କରାଇଦେବା ପାଇଁ ଭଦ୍ରକସ୍ଥିତ ଅଣ୍ଡରାଇ ଜଗନ୍ନାଥ ମନ୍ଦିରକୁ ନେଇଥିବା ବେଳେ ଝିଅର ସ୍ବାମୀ ଖବର ପାଇ ସାଙ୍ଗମାନଙ୍କ ସହ ସେଠାରେ ପହଞ୍ଚିଥିଲେ। ସ୍ବାମୀଙ୍କୁ ଦେଖି ପତ୍ନୀ ଦୌଡ଼ି ଆସି ମତେ ବଞ୍ଚାଅ, ଏମାନେ ମୋତେ ଅନ୍ୟତ୍ର ବିବାହ କରିଦେଉଛନ୍ତି ବୋଲି କହିଥିଲେ। ଏହି ଘଟଣାକୁ ନେଇ କିଛି ସମୟ ସେଠାରେ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା। ଶେଷରେ ସ୍ବାମୀ ହାତ ଧରି ପତ୍ନୀ ନିଜ ଘରକୁ ଫେରିଥିଲେ। ସ୍ତ୍ରୀ’କୁ ନ ପାଇ ଗୋଟିଏ ସପ୍ତାହ ଧରି ମୁଁ ଖାଇବା ପିଇବା ଛାଡ଼ି ଦେଇଥିଲି। ଅାଜି ହଜିଲା ଧନକୁ ପାଇ କେତେ ଖୁସି, ତାହା ମୁଁ କଥାରେ କହି ପାରୁନାହିଁ ବୋଲି ଯୁବକଜଣକ ଭାବପ୍ରବଣ ହୋଇ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe