ଠେକୁଆ ପାଇଁ ସ୍ତ୍ରୀକୁ ହତ୍ୟା: ସ୍ତ୍ରୀଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଲେ ସ୍ବାମୀ

Advertisment
ଠେକୁଆ ପାଇଁ ସ୍ତ୍ରୀକୁ ହତ୍ୟା: ସ୍ତ୍ରୀଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଲେ ସ୍ବାମୀ

sisat

ପାଟଣାଗଡ଼ : ଘରେ ପୋଷିଥିବା ଠେକୁଆକୁ ମାରି ଖାଇବାକୁ ଜିଦ୍‌ ଧରିଥିଲା ମାତାଲା ସ୍ବାମୀ। ସ୍ତ୍ରୀ ବାରଣ କରିବାରୁ ଉତ୍ତ୍ୟକ୍ତ ସ୍ବାମୀ ଟାଙ୍ଗିଆରେ ହାଣି ତାଙ୍କୁ ହତ୍ୟା କରିଛି। ପରେ ଥାନାରେ ଆତ୍ମସମର୍ପଣ କରି ଜେଲ୍‌ ଯାଇଛି ସ୍ତ୍ରୀ ହତ୍ୟାକାରୀ ସ୍ବାମୀ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗାଁରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଭରତବାହାଲ ଗାଁର ପୁରନ୍ଦର ନାଏକ (୨୫ବର୍ଷ) ଠେଲକୋଛାପର ଗାଁର ବଳରାମ ଠାକୁରଙ୍କ ଝିଅ ଅମ୍ବିକା ନାଏକ (୨୨ବର୍ଷ)ଙ୍କୁ ୫ ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କ କୌଣସି ସନ୍ତାନ ସନ୍ତତି ନ ଥିଲେ। ଉଭୟଙ୍କ ମଧ୍ୟରେ ଭଲ ସଂପର୍କ ରହିଥିଲା। ଶନିବାର ରାତିରେ ପୁରନ୍ଦର ମାତାଲ ଅବସ୍ଥାରେ ଘରକୁ ଆସିଥିଲା। ଘରେ ପୋଷିଥିବା ଧଳା ଠେକୁଆକୁ ମାରି ଖାଇବା ପାଇଁ ଜିଦ୍‌ କରିଥିଲା। ହେଲେ ଅମ୍ବିକା ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ପୁରନ୍ଦର ପ୍ରଥମେ ଠେକୁଆକୁ ହତ୍ୟା କରିବା ପରେ ଅମ୍ବିକାଙ୍କୁ ହତ୍ୟା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe