୩ ସପ୍ତାହ ହେଲା ସ୍ବାମୀ ଫେରାର୍, ଅସହାୟ ଅବସ୍ଥାରେ ପତ୍ନୀ ଓ ୭ ମାସର ଶିଶୁ

Advertisment
ସମ୍ବଲପୁରରେ ଯୁବକଙ୍କୁ ଛୁରାମାଡ଼: ଭିମସାରରେ ମୃତ ଘୋଷଣା କଲେ ଡାକ୍ତର

ସମ୍ବଲପୁର : ପତ୍ନୀ ଓ ୭ ମାସର ଶିଶୁ କନ୍ୟାକୁ ଅଜଣା ସହରରେ ଏକୁଟିଆ ଛାଡ଼ି ସ୍ବାମୀ ଚାଲିଯିବା ପରେ ଅସହାୟ ହୋଇ ପଡ଼ିଛନ୍ତି ମହିଳା। ଥାନାରେ ଏତଲା ଦେବାର ୧୫ ଦିନରୁ ଅଧିକ ବିତି ଯାଇଥିଲେ ବି ପୁଲିସ୍ ନା’ ସ୍ବାମୀକୁ ଖୋଜି ଆଣିଛି ନା’ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୁନି ଝିଅଟିକୁ ନେଇ ଭଡ଼ାଘରେ ‌ଏକୁଟିଆ ଅତ୍ୟନ୍ତ ଦୁଃଖରେ କାଳାତିପାତ କରୁଛନ୍ତି ନମିତା ବେହେରା (୩୪)।

ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲା ନମିତା ଭୁବନେଶ୍ବରରେ କାମ କରୁଥିବାବେଳେ ଘନଶ୍ୟାମ ବେହେରାଙ୍କ ସହ ପରିଚୟ। ସେଠାରୁ ପ୍ରେମ ଓ ପରେ ଉଭୟ କୋର୍ଟରେ ବିବାହ କରିଥିଲେ। ବିବାହ ପରେ ଆସି ସମ୍ବଲପୁରର ଗୋବିନ୍ଦତୋଲାରେ ଏକ ଭଡ଼ାଘର ନେଇ ରହିଲେ। ସେମାନଙ୍କ ଏକ ଝିଅ ମଧ୍ୟ ଅଛି। ହେଲେ ଏଠାରେ ରହଣି ଭିତରେ ତାଙ୍କ ସ୍ବାମୀ ଯୌତୁକ ଦାବିକରି ତାଙ୍କୁ ନିୟମିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନମିତା ଅଭିଯୋଗ କରିଛନ୍ତି। ଗତ ମାସ ୨୨ ତାରିଖରେ ଘନଶ୍ୟାମ ହଠାତ୍ ନମିତାଙ୍କ ସବୁ ସୁନା ଗହଣା, ବିବାହ ପ୍ରମାଣପତ୍ର ଧରି କୁଆଡ଼େ ଫେରାର ହୋଇ‌ଗଲେ। ଏହାପରେ ଫୋନ୍ କଲେ ଆଉ ଉଠାଉ ନାହାନ୍ତି। ଓଲଟା ତାଙ୍କ ପରିବାର ଲୋକ ନମିତାଙ୍କୁ ଫୋନ୍‌ରେ ଗାଳିଗୁଲଜ, ଧମକଚମକ ଦେଉଛନ୍ତି। ତେଣୁ ନମିତା ଗତ ୨୯ ତାରିଖରେ ସ୍ବାମୀ ଓ ତାଙ୍କ ପରିବାରବର୍ଗଙ୍କ ବିରୋଧରେ ଧନୁପାଲି ଥାନାରେ ଏତଲା ଦେଇଥିଲେ। ଏତଲା ପରେ ୧୫ ଦିନରୁ ଅଧିକ ବିତି ଯାଇଥିଲେ ବି ବର୍ତ୍ତମାନ ସୁଦ୍ଧା ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଏଣେ ନମିତା ଓ ତାଙ୍କ ୭ ମାସର ଶିଶୁ ଅତ୍ୟନ୍ତ କଷ୍ଟରେ ଦୁଃଖ ଓ ଭୟ ମଧ୍ୟରେ ଦିନ କାଟୁଛନ୍ତି ବୋଲି ତାଙ୍କ ପଡ଼ୋଶୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe