ସ୍ବାମୀ ବସୁଥିଲେ, ଏବେ ସ୍ତ୍ରୀ ବସିବେ

ସ୍ବାମୀ ବସୁଥିଲେ, ଏବେ ସ୍ତ୍ରୀ ବସିବେ

ଧାମନଗର: ଧାମନଗର ବ୍ଲକ୍‌ ଅଧ୍ୟକ୍ଷା ଭାବେ ଶର୍ମିଷ୍ଠା ବେହେରା ନିର୍ବାଚିତ ହୋଇଛନ୍ତି। ୨୫ଟି ପ˚ଚାୟତର ସମିତିସଭ୍ୟ ବିଜେଡ଼ି ହାତରେ ଥିବାବେଳେ ଅଧ୍ୟକ୍ଷା ପଦ ପାଇଁ ନିର୍ବାଚନ ହୋଇଥିଲା। ପୂର୍ବତନ ପ˚ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ଧର୍ମପତ୍ନୀ ତଥା ରଇପୁର ସମିତିସଭ୍ୟା ଶର୍ମିଷ୍ଠା ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ଆଉ କେହି ପ୍ରାର୍ଥିପତ୍ର ଦାଖଲ କରିନଥିବାରୁ ଶ୍ରୀମତୀ ବେହେରାଙ୍କୁ ନିର୍ଦ୍ବନ୍ଦ୍ବରେ ଅଧ୍ୟକ୍ଷା ଭାବରେ ବିଜୟୀ ଘୋଷଣା କରିଥିଲେ।

ପୂର୍ବରୁ ଧାମନଗର ବ୍ଲକର ଅଧ୍ୟକ୍ଷ ଭାବେ ଅଶୋକ କୁମାର ନାୟକ ଦୁଇ ଦୁଇ ଥର  ଥିବା ବେଳେ ଚଳିତ ଥର ତାଙ୍କ ପତ୍ନୀ ଶର୍ମିଷ୍ଠା ଅଧ୍ୟକ୍ଷା ଭାବରେ ଦାୟିତ୍ବ ନେଇଥିଲେ। ଜିଲ୍ଲାପରିଷଦ ସଭ୍ୟ ଟୁନିବାଳା ବିଶ୍ବାଳ, ଉର୍ମିଳା ବିଶ୍ବାଳ, ପ୍ରଦୀପ କୁମାର ମଲ୍ଲିକ ଓ ସାରଦାପ୍ରସନ୍ନ ସାହୁ, ବ୍ଲକ ବିଜେଡ଼ି ସଭାପତି ଉମେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ବିଭିନ୍ନ ପ˚ଚାୟତର ସରପ˚ଚ ଓ ସମିତିସଭ୍ୟମାନେ ତାଙ୍କୁ ସ୍ବାଗତ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe