ଅଲିଭ୍‌ ରିଡ୍‌ଲେଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଗହୀରମଥାକୁ ମୁହଁ ମୋଡ଼ିଲେ!

Advertisment

ଓଡିଶାର ଋଷିକୁଲ୍ୟା ମୁହାଣରେ ଫେବ୍ରୁଆରି ୧୬ ରୁ ୨୩ ତାରିଖ ଯାଏଁ ୮ ଦିନ ଧରି ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇ ରେକର୍ଡ କରିଛନ୍ତି।

ଓଡିଶାର ଋଷିକୁଲ୍ୟା ମୁହାଣରେ ଫେବ୍ରୁଆରି ୧୬ ରୁ ୨୩ ତାରିଖ ଯାଏଁ ୮ ଦିନ ଧରି ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇ ରେକର୍ଡ କରିଛନ୍ତି।

gdgdgcv

ରାଜନଗର: ଓଡିଶାର ଋଷିକୁଲ୍ୟା ମୁହାଣରେ ଫେବ୍ରୁଆରି ୧୬ ରୁ ୨୩ ତାରିଖ ଯାଏଁ ୮ ଦିନ ଧରି ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇ ରେକର୍ଡ କରିଛନ୍ତି। ଓଡ଼ିଶା ଉପକୂଳରେ ଅଲିଭ୍‌ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଦୃଷ୍ଟି ଗୋଚର ହେବା ଦିନଠାରୁ ସବୁଠୁ ଅଧିକ ଅର୍ଥାତ୍‌ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି। ମାତ୍ର ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଗହୀରମଥାରେ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି। କୁଳଠୁ ଦେଢ଼ଶହ ମିଟର ମଧ୍ୟରେ ଲକ୍ଷାଧିକ କଇଁଛ ଭିଡ଼ ଜମାଇଥିଲେ ବି ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ନହେବା ପରିବେଶବିତ୍‌ଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଏହି ବିରଳ କଇଁଛ ଗହୀରମଥାକୁ ମୁହଁ ମୋଡ଼ୁଥିବା ଆଶଙ୍କା କରାଯାଉଛି। 

ବିଶ୍ୱର ଉପଲବ୍ଧ ହେଉଥିବା ସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଅଲିଭ୍‌ ରିଡ୍‌ଲେ ଗହୀରମଥାରେ ହିଁ ସମାଗମ ହୋଇଥାନ୍ତି। ୧୯୭୫ ମସିହାରେ ଗହୀରମଥା ଉପକୂଳରେ ୧୦ କିଲୋମିଟର ବାଲୁକା ଶଯ୍ୟାରେ ଏହି ବିରଳ ବିଦେଶୀ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଦୃଷ୍ଟି ଗୋଚର ହୋଇଥିଲା। ୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିବା ପରେ ବର୍ଷ ତମାମ ଗହୀରମଥା ସମୁଦ୍ର ଉପକୂଳ ଠାରୁ ୨୦ କିମି ଯାଏଁ ଟ୍ରଲରରେ ମାଛଧରାକୁ ସଂପୂର୍ଣ୍ଣ ନିଷେଧ କରିଛନ୍ତି। ଏହା ସହିତ ପ୍ରତିବର୍ଷ ନଭେମ୍ବର ୧ ଠାରୁ ମେ’ ୩୧ ତାରିଖ  ୭ ମାସ ଧରି ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ୧୨୦ କିଲୋମିଟର ଉପକୂଳରେ ମାଛ ଧରା ଉପରେ ବନ ବିଭାଗ ପକ୍ଷରୁ କଟକଣା ଜାରି କରାଯାଉଛି। ଏହି ବିରଳ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ, କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ପଇଁତରା ଦିଆଯାଉଛି। ଏମାନଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଶ୍ରୀଲଙ୍କାର ଜାଫ୍‌ନା ଉପକୂଳରୁ ହଜାର ହଜାର ମାଇଲ ଅତିକ୍ରମ କରି  ଗହୀରମଥା ଠାରେ ଏହି ବିରଳ ପ୍ରଜାତିର ଅଲିଭ୍ ରିଡ୍‌ଲେ କଇଁଛ ଭିଡ଼ ଜମାଇଥାନ୍ତି। ସମୁଦ୍ର କୂଳରୁ ୧୫୦ମିଟର ମଧ୍ୟରେ ଲକ୍ଷାଧିକ କଇଁଛ ଭିଡ଼ ଜମାଇବା ସହ ପାଣି ଉପରକୁ ମୁଣ୍ଡ ଟେକିବାର ବିରଳ ଦୃଶ୍ୟ ଏବେ ଦେଖିବାକୁ ମିଳୁଛି। କିନ୍ତୁ ପାଗ ଅନୁକୂଳ ସହିତ କୂଳରେ ଥାଇ ବି ଅଲିଭ୍‌ ରିଡ୍‌ଲେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ  ସାମିଲ ହେଉ ନାହାନ୍ତି। ବନବିଭାଗ ସୂଚନା ମୁତାବକ ମା’ କଇଁଛ କୂଳରେ ଭିଡ଼ ଜମାଇଛନ୍ତି। ଗତ ୧୫ଦିନ ମଧ୍ୟରେ ବିକ୍ଷିପ୍ତ ଭାବେ ୨୦୦ ରୁ ଅଧିକକଇଁଛ ଅଣ୍ଡା ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଅଲିଭ୍‌ ରିଡ୍‌ଲେ ଗହୀରମଥାକୁ ମୁହଁ ମୋଡ଼ି ଅଧିକ ସଂଖ୍ୟାରେ ରୁଷିକୁଲ୍ୟା ମୁହାଣକୁ ବାଛିଲେ ବୋଲି କୁହାଯାଉଛି। 

ଅନ୍ୟ ପକ୍ଷରେ ଗତ ୪ ବର୍ଷର ରେକର୍ଡକୁ ଦେଖିଲେ ଗହୀରମଥା ଅପେକ୍ଷା ଅଲିଭ୍‌ ରିଡ୍‌ଲେ ଋଷିକୁଲ୍ୟାକୁ ଅଧିକ ପସନ୍ଦ କରୁଛନ୍ତି। ୨୦୨୨ରେ ଗହୀରମଥାରେ ୫ ଲକ୍ଷ ୧ ହଜାର ୧୫୭ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ଏବଂ ଋଷିକୁଲ୍ୟା ମୁହାଣରେ ୫ ଲକ୍ଷ ୫୦ ହଜାର ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ପ୍ରଥମେ ଗହୀରମଥାରେ ଓ ପରେ ଋଷିକୁଲ୍ୟା ମୁହାଣରେ ଗଣଅଣ୍ଡାଦାନ ହୋଇଥିଲା। ୨୦୨୩ରେ ଗହୀରମଥାରେ ୫ ଲକ୍ଷ ୧୨ ହଜାର ୧୭୫ କଇଁଛ ଓ ଋଷିକୁଲ୍ୟା ମୁହାଣରେ ୬ ଲକ୍ଷ ୩୭ ହଜାର କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ପ୍ରଥମେ ଋଷିକୁଲ୍ୟା ଓ ପରେ ଗହୀରମଥାରେ ଗଣ ଅଣ୍ଡାଦାନ ହୋଇଥିଲା। ୨୦୨୪ ରେ ଋଷିକୁଲ୍ୟାରେ ଆଦୌ ଗଣ ଅଣ୍ଡାଦାନ ହୋଇନଥିବା ବେଳେ ଗହୀରମଥାରେ ବିଳମ୍ବରେ ଏପ୍ରିଲ ପ୍ରଥମ ସପ୍ତାହରେ ୩ ଲକ୍ଷ ୧ ହଜାର ୧୫୭ କଇଁଛ ଗଣ ଅଣ୍ଡାଦାନ କରିଥିଲେ। ଚଳିତ ବର୍ଷ ଋଷିକୁଲ୍ୟାରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ଅଲିଭ୍‌ ରିଡଲେ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ୮ ଦିନ ତଳୁ ଗଣ ଅଣ୍ଡାଦାନ ପକ୍ରିୟା ଶେଷ କରିଥିବା ଜଣାପଡ଼ିଛି। ଏ ସଂପର୍କରେ ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମକୁମାର ଝା କହିଛନ୍ତି ଯେ ଗହୀରମଥାରେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ସପ୍ତାହକ ମଧ୍ୟରେ ଆରମ୍ଭ ହେବ ବୋଲି ଆମେ ଆଶା କରୁଛୁ। ବୋଟ୍‌ରେ ପାଟ୍ରୋଲିଂ ସମୟରେ ଲକ୍ଷାଧିକ କଇଁଛଙ୍କ ଉପସ୍ଥିତି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe