ସୂଚନା ପ୍ରଦାନ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ ଗୁରୁତ୍ବ

Advertisment

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ସମ୍ମିଳନୀ

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ସମ୍ମିଳନୀ

ସୂଚନା ପ୍ରଦାନ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ ଗୁରୁତ୍ବ

ଭୁବନେଶ୍ୱର : ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ସମ୍ମିଳନୀ ଆଜି ପୂର୍ବାହ୍ନରେ ଲୋକସଂପର୍କ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଲେ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ଜିଲ୍ଲାସ୍ତରରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସଦୃଶ। ସାମାଜିକ ଗଣମାଧ୍ୟମର ବ୍ୟବହାର କରି ଜନସଚେତନତା ଓ ସୂଚନା ବ୍ୟବସ୍ଥାକୁ ବ୍ୟାପକ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ସେମାନଙ୍କ ଭୂମିକାରେ ଅଧିକ କ୍ରିୟାଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଲେ, ଗଣତନ୍ତ୍ର ସରକାରରେ ବହୁ ଲୋକାଭିମୁଖୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ସକ୍ରିୟ ଭାବେ କାର୍ଯ୍ୟ କରିବା ସହ ଜିଲ୍ଲାର କଳା, ସଂସ୍କୃତି ବିଭିନ୍ନ ବିଭବ ସଂପର୍କରେ ତଥ୍ୟ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ କରନ୍ତୁ। ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସୂଚନା ପ୍ରଦାନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ ସର୍ବଦା ଆଗୁଆ ରହିବାକୁ ପରାମର୍ଶ ଦେଇଥିଲେ। ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍‌ ମହାନ୍ତି କହିଲେ ଯେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ନିଷ୍ପତ୍ତିକୁ ସାମୂହିକ ଭାବେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଦିଗରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଭାଗୀୟ ବୈଷୟିକ ଅଧିକାରୀ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଦେଇଥିଲେ।

ଦ୍ୱିତୀୟ ଅଧିବେଶନରେ ପାୱାର ପଏଣ୍ଟ ମାଧ୍ୟମରେ ୫-‘ଟି’ ଓ ‘ମୋ ସରକାର’, ଜିଲ୍ଲାସ୍ତରରେ ପରିଲକ୍ଷିତ ହେଉଥିବା ବିଭିନ୍ନ ସମସ୍ୟା, ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବା, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ବିକ୍ରିଲବ୍ଧ ଅର୍ଥ ନିୟମିତ ଟ୍ରେଜେରିରେ ପଇଠ କରିବା, ସୂଚନା ଅଧିକାର ଆଇନର କାର୍ଯ୍ୟକାରିତା, ସାମ୍ବାଦିକ କଲ୍ୟାଣ ଓ ସ୍ୱାସ୍ଥ୍ୟବୀମା, ସାମାଜିକ ଗଣମାଧ୍ୟମର ବ୍ୟବହାର ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

ସମ୍ମିଳନୀରେ ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ, ସହକାରୀ ବିତ୍ତ ପରାମର୍ଶଦାତା ପୃଥ୍ୱୀରାଜ ପାଣି, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ ଦାସ, ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ, ଉପନିର୍ଦ୍ଦେଶକ(ଦକ୍ଷିଣାଞ୍ଚଳ) ଗୁରବୀର୍‌ ସିଂ, ଉପନିର୍ଦ୍ଦେଶକ(କେନ୍ଦ୍ରାଞ୍ଚଳ) ହେମନ୍ତ ନାୟକ, ଉପନିର୍ଦ୍ଦେଶକ(ଉତ୍ତରାଞ୍ଚଳ) ବିଜୟ ମିଶ୍ର, ଉପନିର୍ଦ୍ଦେଶକ ବିଶ୍ୱଜିତ ଦାଶ, ସ୍ମିତା କର, ଡ. ଜ୍ୟୋତିର୍ମୟୀ ସାମନ୍ତରାୟ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶର୍ୟିନୀ, ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାରୁ ଆସିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe