ନିଶା ଦେଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା: ଗୁମର ଖୋଲୁଛି ସହପାଠିନୀ; କୁଆଡ଼େ ଗଲେ ଅଭିଯୁକ୍ତ?

Advertisment

ଛାତ୍ରୀମାନଙ୍କୁ ଲଜ୍‌କୁ ନେଇ ଚାଲିଥିଲା ଜଘନ୍ୟ କାରବାର, ସିଡିଏରୁ ଲଜ୍‌ ମ୍ୟାନେଜରଙ୍କୁ ଉଠାଇ ଆଣିଲା ପୁଲିସ

ଛାତ୍ରୀମାନଙ୍କୁ ଲଜ୍‌କୁ ନେଇ ଚାଲିଥିଲା ଜଘନ୍ୟ କାରବାର, ସିଡିଏରୁ ଲଜ୍‌ ମ୍ୟାନେଜରଙ୍କୁ ଉଠାଇ ଆଣିଲା ପୁଲିସ

ନିଶା ଦେଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା: ଗୁମର ଖୋଲୁଛି ସହପାଠିନୀ; କୁଆଡ଼େ ଗଲେ ଅଭିଯୁକ୍ତ?

କେନ୍ଦ୍ରାପଡ଼ା/ଗରଦପୁର: ଗରଦପୁର ବ୍ଲକ୍‌ ଅ˚ଚଳର ଏକ ପ୍ରତିଷ୍ଠିତ କଲେଜରୁ ନିଶା ଦେଇ ଜଣେ ନାବାଳିକା ଛାତ୍ରୀଙ୍କୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ ମାମଲାକୁ ଚାରି ଦିନ ବିତିଲାଣି। କିନ୍ତୁ ଏଯାଏ କୁଦାନଗରୀ ପୁଲିସ ଘଟଣାରେ ସ˚ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ଘଟଣାର ମୁଖ୍ୟ କାର୍ପଟଦାର ପୀଡ଼ିତାଙ୍କ ଜଣେ ସହପାଠିନୀ। ସେ ହିଁ ନିଶା ଦେଇ ଅଚେତ କରିବା ପରେ ଦୁଇ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେବାରେ ସଫଳ ହୋଇଥିବା ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି। ତେଣୁ ପୁଲିସ ସହପାଠିନୀଙ୍କୁ ଅଟକ ରଖି ଜେରା କରିବା ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ସହପାଠିନୀଙ୍କ ସୂଚନା ଆଧାରରେ ପୁଲିସ ପୀଡ଼ିତାଙ୍କୁ ଅଟକ ରଖାଯାଇଥିବା ସ୍ଥାନ ଠାବ କରିଛି। କଟକ ସିଡିଏସ୍ଥିତ ଯେଉଁ ଲଜ୍‌କୁ ପୀଡ଼ିତାଙ୍କୁ ନିଆଯାଇଥିଲା, ପୁଲିସ ସେଠାରେ ଚଢ଼ଉ କରି ଲଜ୍‌ ମ୍ୟାନେଜରକୁ ଉଠାଇ ଆଣିଛି। ଜେରାରେ ଲଜ୍‌ ମ୍ୟାନେଜର‌୍‌ ବିସ୍ଫୋରକ ବୟାନ ଦେଇଥିବା ବେଳେ ପୁଲିସ ସେହି ଆଧାରରେ ତଦନ୍ତକୁ ଆଗକୁ ବଢ଼ାଇ ଦୁଇ ଅଭିଯୁକ୍ତଙ୍କ ପାଖେ ପହଞ୍ଚିବାକୁ ଉଦ୍ୟମ ଚଳାଇଛି।

ସୂଚନାନୁଯାୟୀ, ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ପାଟକୁରା ଥାନା ଅ˚ଚଳର ପୀଡ଼ିତା ଜଣକ ଗତ ୧୮ତାରିଖରେ କୁଦାନଗରୀ ଥାନାରେ ଦୁଷ୍କର୍ମ ଉଦ୍ୟମ ନେଇ ଏତଲା ଦେଇଥିଲେ। ଏତଲାରେ ଦର୍ଶାଇଥିଲେ ଯେ ଗତ ୧୭ତାରିଖରେ ନିଶା ଦେଇ ଅଚେତ କରି କଲେଜ କମନ ରୁମ୍‌ରୁ ଉଠାଇ ନେଇଥିଲେ। ଦୁଇ ଭାଇଙ୍କ ସହିତ ବୁଲିବାକୁ ଯିବାକୁ ତାଙ୍କୁ ସହପାଠିନୀ ବାରମ୍ବାର କହିଥିଲେ। କିନ୍ତୁ ସେ ମନା କରିବାରୁ ତାଙ୍କୁ ଥଣ୍ତାରେ ନିଶା ଦେଇ ଏଭଳି କରିଥିବା ଅଭିଯୋଗରେ ଦର୍ଶାଇଥିଲେ। ଚେତା ଆସିବା ପରେ ଏକ ବନ୍ଦ କୋଠରୀ ଭିତରେ ନିଜକୁ ଦେଖିବାକୁ ପାଇଥିଲେ। ସେଠାରେ ସହପାଠିନୀ ଓ ତାଙ୍କ ତଥାକଥିତ ଦୁଇ ଭାଇ ତାଙ୍କୁ ମାଡ଼ ମାରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାରେ ପ୍ରଥମେ ଅଭିଯୁକ୍ତ ନାବାଳିକା ସହପାଠିନୀଙ୍କୁ ଅଟକ ରଖିଥିଲା। ସେ ସବୁ ସତ କଥା ମାନିଯିବା ପରେ ପୁଲିସ ବୁଧବାର ବିଳମ୍ବିତ ରାତିରେ ସିଡିଏରେ ଚଢ଼ଉ କରି ସ˚ପୃକ୍ତ ଲଜ୍‌ ମ୍ୟାନେଜର‌୍‌ଙ୍କୁ ଉଠାଇ ଆଣି ପଚରାଉଚରା ଜାରି ରଖିଛି।

ତେବେ କଲେଜରୁ ଛାତ୍ରୀ ମାନଙ୍କୁ ଏଭଳି ବାରମ୍ବାର ତାଙ୍କ ଲଜ୍‌କୁ ଅଣାଯାଏ ବୋଲି ମ୍ୟାନେଜର‌୍‌ ଜଣକ ସ୍ବୀକାର କରିଥିବା ଜଣାପଡ଼ିଛି। ଏହା ସୁସ˚ଗଠିତ ରୢାକେଟ୍‌ ଏବ˚ ଏହା ପଛରେ କଲେଜର ନିର୍ଦ୍ଦିଷ୍ଟ କେତେଜଣଙ୍କ ସ˚ପୃକ୍ତି ଥିବା କୁହାଯାଉଛି। ତେବେ କିଏ ସେହି କର୍ମଚାରୀ, ଯେଉଁମାନଙ୍କ ସହାୟତାରେ ଛାତ୍ରୀ ମାନଙ୍କୁ ନିଆଯାଉଥିଲା, ତାହା ତଦନ୍ତସାପେକ୍ଷ। ସେହିପରି ଦୁଷ୍କର୍ମ ଉଦ୍ୟମ କରି ଫେରାର ହେଇଯାଇଥିବା ଦୁଇ ଅଭିଯୁକ୍ତଙ୍କ ସହିତ ଅଟକ ଥିବା ସହପାଠିନୀଙ୍କ ସ˚ପର୍କ କଣ? ସେମାନେ କିଭଳି ଏହି ନାବାଳିକା ସହପାଠିନୀଙ୍କୁ ନିଜ ଜାଲରେ ଫସାଇଲେ? ଏହା ପଛରେ ଏକ ବଡ଼ଧରଣର ରୢାକେଟ୍‌ କାମ କରୁଥିବା ଚର୍ଚ୍ଚା ହେଉଥିବାରୁ ପୁଲିସର ନିରପେକ୍ଷ ତଦନ୍ତ ହିଁ ଘଟଣାର ପ୍ରକୃତ ସତ୍ୟାସତ୍ୟକୁ ସାମ୍ନାକୁ ଆଣିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ତେବେ ପୁଲିସ ଗଣମାଧୢମ ଆଗରେ ନେଇ ମୁହଁ ଖୋଲୁନାହିଁ। ଦୁଇ ଚାରି ଦିନ ଭିତରେ ସବୁ ଘଟଣା ସ୍ପଷ୍ଟ ହେଇଯିବ ବୋଲି ପୁଲିସ କହୁଥିବା ବେଳେ କେବେ ଦୁଇ ଅଭିଯୁକ୍ତ ଧରାପଡ଼ିବେ ଏବ˚ ଏହାପଛରେ ଥିବା କାର୍ପଟଦାରଙ୍କ ମୁଖା ଖୋଲିବ, ତାରି ଉପରେ ସଭିଙ୍କ ନଜର ରହିଛି। ସେପଟେ ବିଜେପି ଆଜି ଏହି ଘଟଣାରେ ସ˚ପୃକ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କରି କୁଦାନଗରୀ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସ˚ପୃକ୍ତ କଲେଜକୁ ଯାଇ ଅଧୢକ୍ଷଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe