ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣା: ବାଲେଶ୍ବରଏସ୍‌ପିଙ୍କ ରିପୋର୍ଟ ଦାଖଲ

Advertisment
କନ୍ୟାଶ୍ରମରେ ବିଷାକ୍ତ ଖାଦ୍ୟ ଯୋଗୁଁ ନାବାଳିକାଙ୍କ ମୃତ୍ୟୁ ଘଟଣା: ଗଣଶିକ୍ଷା ପ୍ରମୁଖ ସଚିବ, ଜିଲ୍ଲାପାଳଙ୍କ ଠାରୁ ଏଟିଆର୍‌ ତଲବ

Image Courtesy of Ipleaders Blog

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକର ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପ୍ରତିନିଧି ଲୋକନାଥ ଦଳେଇଙ୍କ ନାଁରେ ପୁଲିସର ମିଥ୍ୟା ମାମଲା ଓ ତାଙ୍କ ଗୋଡ଼ରେ ବେଆଇନ୍‌ ଭାବେ ବେଡ଼ି ପକାଯିବା ଘଟଣାରେ ବାଲେଶ୍ବର ଏସ୍‌ପିଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିଲେ ଜାତୀୟ ମାନବାଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି) । ଗତ ଜୁନ୍‌ ୮ ତାରିଖରେ ଏ ସଂକ୍ରାନ୍ତ ରିପୋର୍ଟ କମିସନ୍‌ଙ୍କ ନିକଟରେ ଦାଖଲ କରିଛନ୍ତି ଏସ୍‌ପି।

ଅନ୍ୟପକ୍ଷରେ କମିସନ୍‌ଙ୍କ ନିକଟରେ ଏ ନେଇ ମାମଲା ରୁଜୁ କରିଥିବା ଯୁବ ଆଇନଜୀବୀ ତଥା ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକଙ୍କ ମତାମତ ଲୋଡ଼ିଛନ୍ତି କମିସନ। ଅନ୍ୟପକ୍ଷ‌ରେ, ଘଟଣାର ୫୮ଦିନ ପରେ ଏସ୍‌ପି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ଏହି ରିପୋର୍ଟର ବାସ୍ତବତା ନେଇ ପ୍ରଶ୍ନ କରିଛନ୍ତି ଅଭିଯୋଗକାରୀ ଶ୍ରୀ ନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe