Advertisment

ଅଧ୍ୟାପିକା ବର୍ଷାଙ୍କ ମୃତ୍ୟୁ ଘଟଣା: ସନ୍ଦେହ ବଢ଼ୁଛି, ରହସ୍ୟ ଫିଟୁନି

Advertisment

ରୁଜୁହେଲା ହତ୍ୟା ମାମଲା, ଏଚ୍‌ଓଡିଙ୍କ ସମେତ ୨୫ ଜଣଙ୍କୁ ଜେରା

ରୁଜୁହେଲା ହତ୍ୟା ମାମଲା, ଏଚ୍‌ଓଡିଙ୍କ ସମେତ ୨୫ ଜଣଙ୍କୁ ଜେରା

ଅଧ୍ୟାପିକା ବର୍ଷାଙ୍କ ମୃତ୍ୟୁ ଘଟଣା: ସନ୍ଦେହ ବଢ଼ୁଛି, ରହସ୍ୟ ଫିଟୁନି

ଭୁବନେଶ୍ବର: ରାଜଧାନୀର ଏକ ପ୍ରତିଷ୍ଠିତ ଘରୋଇ ଇଂଜିନିୟରିଂ ବିଶ୍ବବିଦ୍ୟାଳୟର ଅଧ୍ୟାପିକା ବର୍ଷା ମିଶ୍ରଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ସନ୍ଦେହ ବଢ଼ିବାରେ ଲାଗିଛି। ପ୍ରଥମେ ତମାଣ୍ଡୋ ଥାନା ପୁଲିସ କେସ୍‌ ନଂ-୨୩୨ରେ ହତ୍ୟା ଉଦ୍ୟମ ମାମଲା ରୁଜୁକରିଥବା ବେଳେ ପରେ ହତ୍ୟା ମାମଲା ରୁଜୁକରିଛି। ହେଲେ ହତ୍ୟା ପଛରେ କାହାର ହାତ ରହିଛି ଓ କିଏ ହତ୍ୟାକାରୀ, ତାହା ଏବେ ବି ଅସ୍ପଷ୍ଟ ରହିଛି। ଫଳରେ ଘଟଣା ଅଧିକ ରହସ୍ୟମୟ ହେବାରେ ଲାଗିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ କମିସନରେଟ୍‌ ପୁଲିସ ଗୁରୁତର ସହ ନେଇ ତନାଘନା ଆରମ୍ଭ କରିଛି। ପ୍ରକୃତରେ ସେଦିନ ବିଶ୍ବବିଦ୍ୟାଳୟରେ କ’ଣ ଘଟିଥିଲା, ତା’ର ଖୋଳତାଡ଼ ପାଇଁ ପୁଲିସ କ୍ୟାମ୍ପସରେ ଥିବା ସମସ୍ତ ସିସିଟିଭି ଫୁଟେଜ୍‌କୁ ତନ୍ନତନ୍ନ କରି ଯାଞ୍ଚ କରୁଛି। ସେହିପରି ଗତକାଲି, ଅର୍ଥାତ୍‌ ଶୁକ୍ରବାରଦିନ ପୁଲିସ ୧୨ଜଣଙ୍କୁ ଜେରା କରିଥିବା ବେଳେ ଆଜି ପୁଲିସ ଏଚ୍‌ଓଡି ମାଡାମ୍‌ଙ୍କ ସମେତ ୨୫ଜଣଙ୍କୁ ଜେରା କରିଛି। ସେଥିରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସୁରକ୍ଷାକର୍ମୀ ରହିଛନ୍ତି। ଦୁଇଦିନରେ ପୁଲିସ ୩୭ ଜଣଙ୍କୁ ଜେରା କରିବାପରେ ବି କୌଣସି ସୂଚନା ପାଇନାହିଁ।

୧୧ ତାରିଖରେ ଅଧ୍ୟାପିକା ଦୁଇମହଲା ଛାତରୁ ତଳକୁ ପଡ଼ିବା ସମସ୍ତେ ଦେଖିଛନ୍ତି। ତେବେ ସେ ଡ଼େଇଁପଡ଼ିଲେ କି ତାଙ୍କୁ ଠେଲି ଦିଆଯାଇଛି, ସେ‌ନେଇ କେହି ମୁହଁ ଖୋଲୁ ନାହାନ୍ତି। ଛାତରୁ ପଡ଼ିବାର ୧୦ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କୁ ଛାତରୁ ଠେଲି ହତ୍ୟା କରାଯାଇଥିବା ପରିବାରଲୋକ ଅଭିଯୋଗ କରିଥିବା ବେଳେ ସେ ଛାତରୁ ପଡ଼ିଯାଇ ଥିବା କର୍ତୃପକ୍ଷ ସଫେଇ ଦେଇଛନ୍ତି।
ପ୍ରକାଶ ଥାଉ କି ପାଖାପାଖି ବର୍ଷେ ହେବ ବର୍ଷା କେନ୍ଦୁଝରରୁ ଆସି ଘରୋଇ ଇଂଜିନିୟରିଂ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନସ୍ ବିଭାଗର ଅଧ୍ୟାପିକା ଭାବେ ଚାକିରି କରୁଥିଲା। ତେବେ କିଛିଦିନ ତଳେ ବିଭାଗର ଏକ ମିଟିଂରେ ବର୍ଷା ଓ ଅନ୍ୟ ଦୁଇଜଣ ସହକର୍ମୀ ଯୋଗଦେଇ ନଥିବାରୁ ଏଚ୍‌ଓଡି ମାଡାମ୍‌ ସେମାନଙ୍କୁ ତାଗିଦ୍‌ କରିଥିଲେ। ଏମିତିକି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଥିଲେ। ମାଡାମ୍‌ ଭୀଷଣ ରାଗିଥିବା ବର୍ଷା ନିଜ ମା’ଙ୍କୁ ଫୋନ୍‌କରି ଜଣାଇଥିଲେ। ଗତ ୧୧ତାରିଖ ଦିନ ‌କଲେଜରେ ମା’ଙ୍କ ସହ କଥାହୋଇ ସେ ମାଡାମ୍‌ଙ୍କ ପାଖକୁ ଯାଇଥିଲେ। ମା’ କଥାହେବେ ବୋଲି କାନ୍ଦି କାନ୍ଦି ମାଡାମ୍‌ଙ୍କୁ କହି ନିଜ ମୋବାଇଲ୍‌ ତାଙ୍କୁ ବଢ଼ାଇ ଦେଇଥିଲେ। ହେଲେ ଏଚ୍‌ଓଡି ମାଡାମ୍‌ ଫୋନ୍‌ରେ କଥା ନହୋଇ ମୋବାଇଲ୍‌କୁ ଫୋପାଡ଼ି ଦେଇଥିଲେ। ଏହାକୁ ନେଇ ବର୍ଷା ମାନସିକ ଚାପରେ ଥିଲେ। ତା’ପରେ ୧୧ ତାରିଖରେ ଅପରାହ୍ଣ ପାଖାପାଖି ସାଢ଼େ ୩ଟା ସମୟରେ ବର୍ଷା ଟିଚିଂ ବ୍ଲକର ଦୁଇ ମହଲା ଉପରୁ ତଳକୁ ଖସି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଆମ୍ରି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଗତ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe