ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡ଼ିବା ଘଟଣା: ପୌରାଧ୍ୟକ୍ଷାଙ୍କ ନାଁରେ ମାମଲା ରୁଜୁ

Advertisment
ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡ଼ିବା ଘଟଣା: ପୌରାଧ୍ୟକ୍ଷାଙ୍କ ନାଁରେ ମାମଲା ରୁଜୁ

ବ୍ୟାସନଗର : ବ୍ୟାସନଗରର ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ଅଭିଯୋଗ ପରେ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ନାଁରେ ଯାଜପୁରରୋଡ ଥାନାରେ ମାମଲା ରୁଜୁ ହୋଇଛି। ନିର୍ବାହୀ ଅଧିକାରୀ ଶ୍ରୀ ରାଉତ ଗତକାଲି ରାତିରେ ଥାନାରେ ପୌରାଧ୍ୟକ୍ଷାଙ୍କ ନାଁରେ ଏତଲା ଦେଇଥିଲେ।

ଅଭିଯୋଗ ଅନୁଯାୟୀ, ଗତ ଅକ୍ଟୋବର ମାସ ୧୫ ତାରିଖରେ ପୌରାଧ୍ୟକ୍ଷା ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ମୋବାଇଲ୍‌ ଟାୱାର ଅନୁମତି ସଂକ୍ରାନ୍ତିୟ ଏକ ଫାଇଲ୍‌ ତାଙ୍କ ଉପରକୁ ଫୋପାଡ଼ିଥିଲେ। ଫାଇଲ୍‌ ମାଡ଼ରେ ନିର୍ବାହୀ ଅଧିକାରୀ ଆହତ ହୋଇଥିଲେ। ପୌରାଧ୍ୟକ୍ଷା ଶ୍ରୀମତୀ ପିଙ୍ଗୁଆ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ବାରମ୍ବାର ଅପମାନିତ କରୁଥିଲେ ବୋଲି ଶ୍ରୀ ରାଉତ ଅଭିଯୋଗ କରିଥିଲେ। ଗତ ୧୫ ତାରିଖରେ ତାଙ୍କୁ ଫାଇଲ୍‌ ଫିଙ୍ଗି ଆକ୍ରମଣ କରିବା ସହ ଏହାର ଭିଡିଓ ଉତ୍ତୋଳନ କରିଥିଲେ।

ଗତ ୧୫ ତାରିଖରେ ତାଙ୍କ ବଦଳି ହେବା ପରେ ଏହି ଭିଡିଓ ଭାଇରାଲ କରାଯାଇଥିଲା। ଫାଇଲ୍‌ ତାଙ୍କ ଉପରକୁ ଫିଙ୍ଗିବା ଭିଡିଓ ଭାଇରାଲ କରି ତାଙ୍କୁ ଅଧିକ ନିନ୍ଦିତ କରିବାକୁ ଉଦ୍ୟମ କରାଯାଇଥିଲା। ଏନେଇ ଶ୍ରୀ ରାଉତ ଅଭିଯୋଗ କରିବା ପରେ ଯାଜପୁରରୋଡ ଥାନା କେସ୍‌ ନମ୍ବର ୫୮୩/୨୨ ଦଫା ୩୨୩, ୫୦୬ରେ ମାମଲା ରୁଜୁ ହୋଇଛି। ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ନିର୍ଦେଶରେ ଏସଆଇ ଗଙ୍ଗାଧର ବାରିକ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe