୧୫ ଜିଲ୍ଲାକୁ ବ୍ୟାପିଲା କୋଭିଡ୍ ସଂକ୍ରମଣ

ଚଳିତ ଲହରରେ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି ନବରଙ୍ଗପୁର ଜିଲ୍ଲା

୧୫ ଜିଲ୍ଲାକୁ ବ୍ୟାପିଲା କୋଭିଡ୍ ସଂକ୍ରମଣ

Mint

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ି ଚାଲିଛି। କିଛିଦିନ ପୂର୍ବରୁ ରାଜ୍ୟର ୫-୭ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସୀମିତ ଥିବା ବେଳେ ଏବେ ୧୫ ଜିଲ୍ଲାକୁ ସଂକ୍ରମଣ ବ୍ୟାପିଲାଣି। ଚଳିତ ଲହରରେ ନବରଙ୍ଗପୁର ଜିଲ୍ଲା ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ମାର୍ଚ୍ଚ ମାସରୁ ଜିଲ୍ଲାରେ ସଂକ୍ରମଣ ବଢ଼ିବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଦିନ ରାଜ୍ୟରେ ୫୨୩୪ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ୮୧ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ନବରଙ୍ଗପୁରରେ ସର୍ବାଧିକ ୨୧, କଟକ ୧୬, ସୁନ୍ଦରଗଡ଼ ୧୫, ସମ୍ବଲପୁର ୭, ସୋନପୁର, ବୌଦ୍ଧ, ଦେବଗଡ଼ରୁ ୩ ଲେଖାଏ, ଖୋର୍ଧା ଓ କଳାହାଣ୍ଡିରୁ ୨ ଲେଖାଏ, ବରଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ବାହାରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୮୯କୁ ବୃଦ୍ଧି ପାଇଛି। ଆଉ ୨୧ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ଦେଶରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହାସହ କୋଭିଡ ସଂକ୍ରମଣକୁ ନଜରରେ ରଖି ପୁଡ଼ୁଚେରୀ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଯଦିଓ ରାଜ୍ୟସରକାର ମାସ୍କ ପରିଧାନ ପାଇଁ ନିର୍ଦେଶନାମା ଜାରି କରିଛନ୍ତି, ମାତ୍ର ଲୋକମାନେ ସର୍ବସାଧାରଣ ସ୍ଥାନରେ ଏହାକୁ ପିନ୍ଧୁଥିବା ଦେଖିବାକୁ ମିଳୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe