ଆଜିଠୁ ଖୋଲିବ ଭିତରକନିକା

Advertisment
ଆଜିଠୁ ଖୋଲିବ ଭିତରକନିକା

ରାଜନଗର: ବଉଳା କୁମ୍ଭୀରମାନଙ୍କ ଗଣନା ପାଇଁ ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି(ରବିବାର)ଠାରୁ ଖୋଲିବ। ଗତ ୫ରୁ ୧୩ ତାରିଖ ଯାଏ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ, ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ଗଣନା କରାଯାଇଥିଲା। ଏଥିପାଇଁ ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ସମୟରେ ପରିଭ୍ରମଣ ପାଇଁ ନିଷିଦ୍ଧ କରାଯାଇଥିଲା। ବିଦେଶୀ ପକ୍ଷୀ ଓ ବଉଳା କୁମ୍ଭୀରଙ୍କ ଗଣନା ଶେଷ ହେବା ପରେ ଆସନ୍ତାକାଲିଠାରୁ ଭିତରକନିକା ଖୋଲିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe