ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: ଥାନାରେ ଏତଲା ଦେଲେ ବିଇଓ

ବିଇଓଙ୍କ ବିରୋଧରେ କେନ୍ଦୁପାଲିବାସୀଙ୍କ ଅଭିଯୋଗ

ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: ଥାନାରେ ଏତଲା ଦେଲେ ବିଇଓ

ବୀରମହାରାଜପୁର : ବୀରମହାରାଜପୁର ବ୍ଲକ୍‌ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯାଗ କରି ସେ ବୁଧୁବାର ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ମଙ୍ଗଳବାର କେନ୍ଦୁପାଲି ଗ୍ରାମବାସୀ ଶିକ୍ଷକ ନିଯୁକ୍ତି ଦାବିରେ ୟୁଜି ହାଇସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ମଧ୍ୟାହ୍ନରେ ବିଇଓ ଶ୍ରୀ କୁମ୍ଭକାର ଓ ସିଆର୍‌ସିସି ପଦ୍ମନାଭ ବାରିକ ସେଠାରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକେ ଗାଳିଗୁଲଜ କରିବା ସହ ତାଙ୍କ ସାର୍ଟ ଚିରି ଦେଇଥିଲେ ବୋଲି ବିଇଓ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ବିଇଓ ଶ୍ରୀ କୁମ୍ଭକାର ବୁଧବାର ୫୦ରୁ ଅଧିକ ଶିକ୍ଷକଙ୍କ ସହିତ ଥାନାକୁ ଆସି ଏତଲା ଦେଇଥିଲେ। ତାଙ୍କ  ଅଭିଯୋଗ ଆଧାରରେ ଥାନା କେସ୍‌ ନଂ ୧୬୦/୨୨ରେ ପୁଲିସ ଏକ ମାମଲା ରୁଜୁ କରିଛି।

ଅପରପକ୍ଷରେ କେନ୍ଦୁପାଲି ଗ୍ରାମର ଶତାଧିକ ଗ୍ରାମବାସୀ ବିଇଓ ଶ୍ରୀ କୁମ୍ଭକାରଙ୍କ ବିରୋଧରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଧାରଣାରେ ଉପସ୍ଥିତ ମହିଳାମାନଙ୍କ ଧକ୍କା ମାରିବା ସହିତ ହାତ ଧରି ଟଣାଓଟରା କରିଥିବା ସେମାନେ ଅଭିଯୋଗ କରିଛନ୍ତି। ୪୮ଘଣ୍ଟା ଭିତରେ ତଦନ୍ତ କରି ବିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଧମକ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe