Amar Ujala
କଟକ : ମଦ ନିଷେଦ ପ୍ରସଙ୍ଗ ରାଜ୍ୟ ସରକାରଙ୍କ ଅବକାରୀ ନୀତି ଅନ୍ତର୍ଗତ ହୋଇଥିବାରୁ ଆମେ ଏଥିରେ ହସ୍ତକ୍ଷେପ କରିବୁ ନାହିଁ। ଏହି ମାମଲାରେ ଆଉ କୌଣସି ନିର୍ଦେଶ ଦେବା ବି ଆବଶ୍ୟକ ନାହିଁ। ଏମିତି କହି ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଆର୍. କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମଦ ନିଷେଧ ପ୍ରସଙ୍ଗ ସଂପର୍କରେ ଦାୟର ଜନସ୍ବାର୍ଥ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
The New Indian Expressରାଜ୍ୟରେ ମଦ ନିଷେଧ ସଂପର୍କିତ ଆଇନ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ହାଇକୋର୍ଟଙ୍କ
ଦ୍ବାରସ୍ଥ ହୋଇଥିଲେ। ସାରା ରାଜ୍ୟରେ ସମସ୍ତ ପ୍ରକାର ମଦ ନିଷେଧ କରାଯାଉ ବୋଲି ଦର୍ଶାଇ ସେ ୨୦୧୩ରେ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ। ଓଡ଼ିଶା ପ୍ରୋହିବିସନ୍ ଆକ୍ଟ, ୧୯୫୬ ଅନୁସାରେ ସାରା ରାଜ୍ୟରେ ମଦ ସଂପୂର୍ଣ୍ଣ ଭାବେ ନିଷେଧ କରାଯିବା କଥା। ଏହି ଆଇନ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଥିଲେ।
India Todayତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଥିଲା ଯେ ନିଷିଦ୍ଧ ମଦ ତିଆରି ଓ ବିକ୍ରିକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ପୁରୁଣା ଆଇନକୁ ୬୬ ବର୍ଷ ବିତିଯାଇଥିବା ବେଳେ ନୂତନ ଅବକାରୀ ନୀତି ରାଜ୍ୟ ସରକାର ଆଣିଛନ୍ତି। ମଦକୁ ସଂପୂର୍ଣ୍ଣ ନିଷିଦ୍ଧ କରାଗଲେ ଏହା ପର୍ଯ୍ୟଟନ କ୍ଷେତ୍ରକୁ ପ୍ରଭାବିତ କରିବ। ରାଜସ୍ବ ମଧ୍ୟ ହ୍ରାସ ପାଇବ। ବେଆଇନ ତଥା ଚୋରା ମଦ ନିଷେଧ ପାଇଁ ପଦକ୍ଷେପ ନିଆଯାଇଛି। ୧୯୫୬ ମସିହାର ଉପରୋକ୍ତ ଆଇନ କାର୍ଯ୍ୟକାରୀ କରିବା ନେଇ ଏବେ ସରକାରଙ୍କ କୋଣସି ପ୍ରସ୍ତାବ ନାହିଁ ବୋଲି ଜବାବରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ବୁଦ୍ଧିଆ ସହାୟତା କରୁଥିଲେ।
Follow Us