ସରକାରୀ ସ୍କୁଲ୍‌ ପରିସରରେ ପ୍ରତିମୂର୍ତ୍ତି ସ୍ଥାପନ ପ୍ରସଙ୍ଗ: ସ୍ପଷ୍ଟ ନୀତି ପ୍ରସ୍ତୁତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କନଷ୍ଟେବଳ ପଦରେ ଗୃହରକ୍ଷୀଙ୍କ ନିଯୁକ୍ତି ପ୍ରସଂଗ: କଟ୍-ଅଫ୍ ମାର୍କ ବ୍ୟବସ୍ଥାକୁ ବିରୋଧ, ହାଇକୋର୍ଟଙ୍କ ଜବାବ ତଲବ

Live Law

କଟକ : ସରକାରୀ ସ୍କୁଲ ପରିସରରେ କୌଣସି ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସଂପର୍କରେ ନୀତି ନିର୍ଦ୍ଧାରଣ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏ ସଂପର୍କିତ ଏକ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ମୂର୍ତ୍ତି ସ୍ଥାପନ ପାଇଁ ଗଣଶିକ୍ଷା ବିଭାଗ ନିକଟରୁ କୌଣସି ଅନୁମତିର ଆବଶ୍ୟକତା ନାହିଁ। ଏଥିପାଇଁ କୌଣସି ସ୍ବତନ୍ତ୍ର ନିୟମାବଳୀ ବି ନାହିଁ। କିନ୍ତୁ, ଏଭଳି ତଥ୍ୟକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଗଣଶିକ୍ଷା ବିଭାଗ ଏହି ପ୍ରସଙ୍ଗରେ ସ୍ପଷ୍ଟ ନୀତି ଆଣିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ସରକାରୀ ସ୍କୁଲ ପରିସରରେ କେଉଁ ମୂର୍ତ୍ତି ସ୍ଥାପନ ପାଇଁ ଅନୁମତି ଦିଆଯିବ ବା ଅନୁମତି ଦିଆଯିବ ନାହିଁ, କିଭଳି ପରିସ୍ଥିତିରେ ଏହି ପ୍ରସଙ୍ଗରେ ଅନୁମତି ମିଳିବ; ସେ ନେଇ ସରକାର ସ୍ପଷ୍ଟ ନିୟମାବଳୀ ପ୍ରଣୟନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ‌ପରବର୍ତ୍ତୀ ଶୁଣାଣି ପୂର୍ବରୁ ଗଣଶିକ୍ଷା ବିଭାଗ ଏହି ପ୍ରସଂଗରେ ସବିଶେଷ ତଥ୍ୟ ଦାଖଲ କରିବ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୩, ଜାନୁଆରି ପ୍ରଥମ ସପ୍ତାହକୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe