odishaassembly.nic.in
ଭୁବନେଶ୍ବର: ଶୂନ୍ୟକାଳରେ ଉଠିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି। କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରାଯାଇଛି। ଭୋଟ ବ୍ୟାଙ୍କ ପାଇଁ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ଗୃହ ବଣ୍ଟା ଯାଇଛି। ପ୍ରକୃତ ହିତାଧିକାରୀଙ୍କୁ ଘର ମିଳିନି। ଗୃହ ବଣ୍ଟନରେ ପାତର ଅନ୍ତର କରାଯାଇଛି। କେନ୍ଦ୍ରୀୟ ଟିମ୍ ୫ ଜିଲ୍ଲାର ୯ ବ୍ଲକ ଯାଇ ଅନିୟମିତତା ଦେଖିଛନ୍ତି। ଅନିୟମିତତା ହୋଇଥିବା ନେଇ ରାଜ୍ୟସରକାରଙ୍କୁ କେନ୍ଦ୍ରୀୟ ଟିମ ଅବଗତ କରାଇଛନ୍ତି, ହେଲେ କାର୍ଯ୍ୟାନୁଷ୍ଠାନ ହୋଇନି। ୧୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କହିଲେ ମୋହନ ମାଝୀ।
ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କହିବା ପାଇଁ ଅଧିକ ସମୟ ମାଗିଲେ ବିରୋଧୀ ଦଳ ମୁଖ୍ୟ ସଚେତକ। ଶୁନ୍ୟକାଳରେ କହିବାକୁ ଅଧିକ ସମୟ ନ ଦେବାରୁ ବିରୋଧୀ ବିଜେପି ସଦସ୍ୟମାନେ ହୋହାଲ୍ଲା କରିଛନ୍ତି। ଗୃହ ବାହାରେ ବିଜେପି ସଦସ୍ୟମାନେ ପ୍ରତିବାଦ କରିବା ସହ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।
Follow Us