ପାଞ୍ଚଗାଁ ସ୍କୁଲ୍‌ ଶିକ୍ଷକଙ୍କ ବଦଳି ପ୍ରସଙ୍ଗ: ୩ ଦିନ ହେଲା ପାଠପଢ଼ା ଠପ୍‌

ପାଞ୍ଚଗାଁ ସ୍କୁଲ୍‌ ଶିକ୍ଷକଙ୍କ ବଦଳି ପ୍ରସଙ୍ଗ: ୩ ଦିନ ହେଲା ପାଠପଢ଼ା ଠପ୍‌

ଜଟଣୀ: ପାଞ୍ଚଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଙ୍କ ବଦଳି ବାତିଲ୍‌ ଦାବିରେ ଚାଲିଥିବା ଗ୍ରାମବାସୀଙ୍କ ଆନ୍ଦୋଳନ ଥମିବା ନାଁ ଧରୁନାହିଁ। ତିନି ଦିନ ହେଲା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଅଭିଭାବକ ଓ ଗ୍ରାମବାସୀମାନେ ସ୍କୁଲ୍‌ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ପାଠପଢ଼ା ଠପ୍‌ ହୋଇଯାଇଛି। ଶିକ୍ଷକମାନେ ସ୍କୁଲ୍‌କୁ ଆସି ଗେଟ୍‌ ନିକଟରେ ବସିବସି ଛୁଟି ସମୟ ହେବା ପରେ ଘରକୁ ଫେରୁଛନ୍ତି। ବିଭାଗୀୟ ଅଧିକାରୀ ତାଙ୍କ ଜିଦ୍‌ରେ ଅଟଳ ରହି ଶିକ୍ଷକଙ୍କ ବଦଳି ଆଦେଶକୁ ବାତିଲ କରୁନଥିବା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବି ସେମାନଙ୍କ ଜିଦ୍‌ରୁ ଓହରିଯାଉନାହାନ୍ତି। ଏହାଭିତରେ ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

ଆଗକୁ ସେମାନେ ସୁନ୍ଦରପଦା-ହରିରାଜପୁର ରାସ୍ତା ଅବରୋଧ କରି ଧାରଣାରେ ବସିବେ ବୋଲି ଘୋଷଣା କରିଛନ୍ତି। ପାଞ୍ଚଗାଁ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଶାନ୍ତ ଭୋଳଙ୍କ ବଦଳି ଆଦେଶ ଆସିଛି। ତାଙ୍କୁ ନିକଟସ୍ଥ ଜାମୁକୋଳି ବିଦ୍ୟାଳୟକୁ ବଦଳି କରାଯାଇଛି। କିନ୍ତୁ ପାଞ୍ଚଗାଁ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଏହି ବିଦ୍ୟାଳୟରେ ୫ଜଣ ଶିକ୍ଷକଙ୍କ ନାଁ ଗଡ଼ୁଛି। କିନ୍ତୁ ଶିକ୍ଷୟିତ୍ରୀ ଗୀତାଞ୍ଜଳି ମହାପାତ୍ର ଦୀର୍ଘ ଦିନ ହେବ ଡେପୁଟେସନ୍‌ରେ ବାହାରକୁ ଯାଇଛନ୍ତି। ଶିକ୍ଷକ ଅକ୍ଷୟସାର୍ ଆସନ୍ତା ମାସରେ ଅବସର ନେବେ। ଶିକ୍ଷକ ହାଡ଼ିବନ୍ଧୁ ବେହେରା କିଡ୍‌ନି ରୋଗରେ ଆକ୍ରାନ୍ତ ଥିବାରୁ ସେ ଭଲରେ ପଢ଼ାଇ ପାରୁନାହାନ୍ତି। ତେଣୁ ସୁଶାନ୍ତ ସାର୍‌ଙ୍କୁ ବଦଳି କରାଗଲେ, ସେମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେବ। କିନ୍ତୁ ବିଇଓଙ୍କ କହିବା କଥା ଉକ୍ତ ବିଜ୍ଞାନ ଶିକ୍ଷକଙ୍କ ବଦଳରେ ସେହି ସ୍କୁଲ୍‌କୁ ଅନ୍ୟ ଜଣେ କଳା ଶିକ୍ଷକଙ୍କୁ ନିଯୁକ୍ତି ମିଳିବ। ତେଣୁ ଅଭିଭାବକମାନଙ୍କ ଏହି ପ୍ରତିବାଦ ଯୁକ୍ତିଯୁକ୍ତ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe