ଭୁବନେଶ୍ବର: ବିଧାନସଭାରେ ଉଠିଲା ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ। ସେ କହିଲେ, ଜଳସମ୍ପଦ ବିଭାଗର ବିନା ଅନୁମୋଦନରେ ପ୍ରକଳ୍ପ ଚାଲିଛି। ସେଠି ଏହାକୁ ନେଇ ଆନ୍ଦୋଳନ ଜାରି ରହିଛି। ସେଠି ପୁଲିସ ଲଗାଇ ଯେଉଁଭଳି ପ୍ରକଳ୍ପ ଚାଲିଛି, ତାହା ତାଲିବାନ ଶାସନ ଭଳି।
ସେପଟେ ଗୃହରେ ଜବାବ ରଖି ଆଳି ବିଧାୟକ ପ୍ରତାପ ଦେବ କହିଲେ, ଜଳସମ୍ପଦ ବିଭାଗର ଅନୁମୋଦନ ରହିଛି। ପୁଲିସ କିଛି ଭୁଲ କରିନି। ପ୍ରକଳ୍ପ ସମ୍ପର୍କରେ ବିଭ୍ରାନ୍ତ କରି ଆନ୍ଦୋଳନ କରାଯାଉଛି। ଏବେ ଘରେ ଘରେ ପାଣି ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି।
ବିଧାନସଭାରେ ଉଠିଲା ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କଂଗ୍ରେସ ବିଧାୟକ ଦଳ ନେତା
Advertisment
Follow Us